ଦୋହାରୁ ହାଇଦ୍ରାବାଦ ଆସୁଥିବା କତାର୍‌ ବିମାନରେ ୧୧ ମାସିଆ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ବୁଧବାର ଦିନ କତାର୍‌ ଏୟାର୍‌େଓ୍ଵଜ୍‌ ଫ୍ଲାଇଟ୍‌ରେ ଜଣେ ୧୧ ମାସିଆ ଶିଶୁର ମୃତ୍ୟୁ ଘଟିଥିବା ଖବର ମିଳିଛି। ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନଟି ଦୋହାରୁ ଆସୁଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପିତାମାତାଙ୍କ ସହ ଦୋହାରୁ ହାଇଦ୍ରାବାଦ ଆସୁଥିବା କୋଳଛୁଆଟି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲା।

ଅର୍ଣ୍ଣବ ବର୍ମା ନାମକ ସେ ଛୁଆଟିକୁ ତୁରନ୍ତ ବିମାନବନ୍ଦରରେ ଥିବା ଆପୋଲୋ ମେଡିକାଲ୍‌ ସେଣ୍ଟର୍‌କୁ ନିଆଯାଇଥିଲା।

ସେଠାରେ ଶିଶୁଟିକୁ ମୃତ ବୋଲି ଘୋଷଣା କରାଯାଇଥିଲା। ପିଲାଟିର ଆମେରିକୀୟ ପାସ୍‌ପୋର୍ଟ ଥିବାବେଳେ ବାପା ଅନୀଲ ବର୍ମାଙ୍କର ଥିଲା ଭାରତୀୟ ପାସ୍‌ପୋର୍ଟ।

କତାର୍‌ ଏୟାର୍‌େଓ୍ଵଜ୍‌ର ବିମାନ ଏସ୍‌ଆର୍‌-୫୦୦ରେ ସେ ପରିବାର କତାର୍‌ରୁ ଆସୁଥିଲେ।

ସମ୍ବନ୍ଧିତ ଖବର