ଅମ୍ବାନିଙ୍କ ପରେ ଅଦାନୀ, ‘ଦ େଓ୍ଵୟାର’ ବିରୋଧରେ କରିଥିବା ମାନହାନୀ ମକଦ୍ଦମା ପ୍ରତ୍ୟାହାର ନିଷ୍ପତ୍ତି

ଅହମଦାବାଦ : ଗତ କାଲି ଅନୀଲ ଅମ୍ବାନି କଂଗ୍ରେସ ଓ ନ୍ୟାସନାଲ ହେରାଲ୍ଡ ଉପରୁ ମାନହାନୀ ମକଦ୍ଦମା ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ଆଜି ଆଦାନୀ ଗ୍ରୁପ ମଧ୍ୟ ଦ େଓ୍ଵୟାର ନ୍ୟୁଜ ପୋର୍ଟାଲ ଉପରୁ ସମସ୍ତ ମାନହାନୀ ମକଦ୍ଦମା ପ୍ରତ୍ୟାହାର କରିବାକୁ ସଂକେତ ଦେଇଛି । ଦ େଓ୍ଵୟାରରେ ଅଦାନୀ ଗ୍ରୁପ ବିରୋଧରେ ପ୍ରକାଶିତ ବିଭିନ୍ନ ଲେଖା ଓ ରିପୋର୍ଟକୁ ବିରୋଧ କରି ଅଦାନୀ ଗ୍ରୁପ ଅହମ୍ମଦାବାଦର ଏକ କୋର୍ଟରେ ମାନହାନୀ ମକଦ୍ଦମା କରିଥିଲା ।
ଗତକାଲି ଅମ୍ବାନୀ କଂଗ୍ରେସ ଓ ନ୍ୟାସନାଲ ହେରାଲ୍ଡ ବିରୋଧରେ କରିଥିବା ମାନହାନୀ ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ଗତ ବର୍ଷ ଅଗଷ୍ଟମାସରେ ଅନୀଲ ଅମ୍ବାନି କଂଗ୍ରେସ ଓ ନ୍ୟାସନାଲ ହେରାଲ୍ଡ ବିରୋଧରେ ୫ ହଜାର କୋଟିର ମାନହାନୀ ମକଦ୍ଦମା ଅହମ୍ମଦାବାଦର ଏକ କୋର୍ଟରେ କରିଥିଲେ । ନ୍ୟାସନାଲ ହେରାଲ୍ଡ ଲେଖା ଦ୍ୱାରା ରିଲାଏନ୍ସର ଛବି ଖରାପ କରିବାକୁ ଚେଷ୍ଟା କରୁଥିବା ଦର୍ଶାଇ ଅନୀଲ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଡିଫେନ୍ସ, ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍ ଓ ରିଲାଏନ୍ସ ଏରୋଷ୍ଟ୍ରକଚର୍ ଦ୍ୱାରା ଏହି ମାମଲା ରୁଜୁ କରାଯାଇଥିଲା ।

ସମ୍ବନ୍ଧିତ ଖବର