ଆଫ୍‌ଗାନିସ୍ତାନରେ ୧ ନିୟୁତ ମହିଳା ଏବଂ ୧ଲକ୍ଷ ନାବାଳକ ନିୟମିତ ନିଶାସେବନ କରୁଛନ୍ତି

ନୂଆଦିଲ୍ଲୀ : ଆଫ୍‌ଗାନିସ୍ତାନରେ ଏବେ ସ୍ୱାସ୍ଥ୍ୟ ସଙ୍କଟ ଦେଖା ଦେଇଛି । ଏଠାରେ ପ୍ରାୟ ୩ ନିୟୁତ ଲୋକ ନିଶାଗ୍ରସ୍ତ(ଡ଼୍ରଗ୍‌ ଆଡ଼ିକ୍ଟ୍‌)ବୋଲି ଜଣା ପଡ଼ିଛି । ସେଥି ମଧ୍ୟରୁ ୧ ନିୟୁତ ମହିଳା ହୋଇଥିବା ବେଳେ ୧ଲକ୍ଷ ଶିଶୁ ଥିବା ଅନୁସନ୍ଧାନରୁ ପ୍ରକାଶ । ପୁଣି ଶିଶୁମାନଙ୍କର ବୟସ ୧୦ବର୍ଷରୁ କମ ହୋଇଥିବା ବୋଲି ଜଣା ପଡ଼ିଛି। ଏହି ରିପୋର୍ଟ ପ୍ରସ୍ତୁତି କରାଯାଉଥିବା ବେଳେ ଏତେ ସଂଖ୍ୟକ ମହିଳା ଏବଂ ଶିଶୁଥିବେ ବୋଲି ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ କେବେ ବି ଭାବି ନ ଥିଲେ । ସୂଚନା ମୁତାବକ, ଆଫ୍‌ଗାନିସ୍ତାନରେ ଅଧିକ ପରିମାଣରେ ଅଫିମ ଚାଷ କରାଯାଇଥାଏ, ଯାହାକୁ କି ହେରୋଇନ୍‌ ତିଆରି କରିବା ପାଇଁ ବ୍ୟବହାର କରାଯାଇଥାଏ । ଆଫ୍‌ଗାନିସ୍ତାନରେ ଏହାର ଚାଷ ଏବଂ ଉତ୍ପାଦନ ୨୦୧୭ରେ ୮୭% ପ୍ରତିଶତ ବଢ଼ିବା ସହ ନିଶାସେବନକାରୀଙ୍କ ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଛି ବୋଲି ୟୁନାଇଟେଡ଼୍‍ ନେସନ ସୂଚନା ଦେଇଛି । ମହିଳା ଏବଂ ଶିଶୁମାନଙ୍କ ମଧ୍ୟରେ ଏଭଳି ଅଭ୍ୟାସ ସେମାନଙ୍କ ସ୍ୱାମୀଙ୍କ ଯୋଗୁଁ ହୋଇଛି ବୋଲି କିଛି ମହିଳା ସ୍ୱୀକାର କରିଛନ୍ତି । ବର୍ତ୍ତମାନ ଦେଶରେ ୨୦ଟି ଡ଼୍ରଗ୍‌ ସୁଧାର କେନ୍ଦ୍ର ରହିଛି, ଯେଉଁଠି ମହିଳା ଏବଂ ଶିଶୁମାନଙ୍କର ଚିକିତ୍ସା କରାଯାଉଛି ।

TalkingDrugs

କିନ୍ତୁ ଏହି ସୁଧାର କେନ୍ଦ୍ରରେ ଏହି ଅସୁବିଧାର ସମାଧାନ କରାଯାଇ ପାରିବ ନାହିଁ ବୋଲି ଆଫ୍‌ଗାନ ମହିଳା ମାର୍‌ଓ୍ଵା ମୁସଭି କହିଛନ୍ତି । ଯେ ପର୍ଯ୍ୟନ୍ତ ଡ଼୍ରଗ୍‌ ଡ଼ିଲରମାନେ ସକ୍ରିୟ ଅଛନ୍ତି ସେ ପର୍ଯ୍ୟନ୍ତ ଏହାର ସମାଧାନ ନାହିଁ । କାରଣ ଲୋକମାନେ ସୁଧାର କେନ୍ଦ୍ର ଯାଇ ଆସିବା ପରେ ପୁଣି ଥରେ ନିଶାଗ୍ରସ୍ତ ହେଉଛନ୍ତି ।

ସମ୍ବନ୍ଧିତ ଖବର