ରାଫେଲ ପ୍ରସଙ୍ଗରେ ରାହୁଲଙ୍କ ମିଛ ଧରିଲେ ଏୟାର ମାର୍ସାଲ 

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ ପ୍ରାୟ ସବୁଦିନ ନୂଆ ନୂଆ ଆରୋପ ଲଗାଉଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମିଛର ପର୍ଦ୍ଦାଫାସ କରିଛନ୍ତି ଭାରତୀୟ ବାୟୁସେନାର ଏୟାର ମାର୍ସାଲ ଏସବିପି ସିହ୍ନା । ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଚିଠିକୁ ଆବଶ୍ୟକତା ଅନୁଯାୟୀ ଅଧା ଦେଖାଇ ଏକ ମିଥ୍ୟା ଖବର ପରିବେଷଣ କରିବାକୁ ସେ ନିନ୍ଦା କରିଛନ୍ତି । ଏୟାର ମାର୍ସାଲ ସିହ୍ନାଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି କାରଣ ଭାରତ ସରକାରଙ୍କ ତରଫରୁ ରାଫେଲ ସଂପର୍କରେ ଫ୍ରାନ୍ସ ସରକାରଙ୍କ ସହ ଆଲୋଚନା ପାଇଁ ଗଠନ କରାଯାଇଥିବା ବିଶେଷଜ୍ଞ ଟିମର ସେ ମୁଖ୍ୟ ଥିଲେ ।

ଏୟାର ମାର୍ସାଲ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଯେ ଭାରତ-ଫ୍ରାନ୍ସ ଡିଲରେ ଦୁର୍ନୀତି ନିରୋଧୀ ଧାରାକୁ ହଟାଇବା ସମ୍ପର୍କରେ ସେ କହିଛନ୍ତି ଯେ ପୂର୍ବରୁ କେବଳ ଆମେରିକା ଓ ଋଷିଆ ସହିତ ସରକାରୀ ସ୍ତରରେ ଚୁକ୍ତି ହୋଇଥିଲା । ଫ୍ରାନ୍ସ ସହିତ ଚୁକ୍ତି ହେବା ୩ୟ ଘଟଣା । ଏହି ୩ଟି ଦେଶ ସହିତ ହୋଇଥିବା ଚୁକ୍ତିରେ କେବେମଧ୍ୟ ଏହି ଧାରା ନଥିଲା ।

ସୂଚନାଯୋଗ୍ୟ ଯେ ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର