ଅପରେସନ କାକଟସ୍‌ : ଭାରତୀୟ ସେନାର ଅସାଧାରଣ ବୀରତ୍ୱ ଗାଥା

ନୂଆଦିଲ୍ଲୀ: ଭାରତ ମହାସାଗରରେ ଥିବା ଦ୍ୱୀପରାଷ୍ଟ୍ର ମାଳଦୀପରେ ଚାଲିଥିବା ଜରୁରିକାଳୀନ ପରିସ୍ଥିତିରେ ଭାରତ ହସ୍ତକ୍ଷେପ କରୁ ବୋଲି ସେଠାକାର ବିରୋଧୀଦଳ ନେତା, ସାଧାରଣ ଜନତା ଚାହାନ୍ତି । ଶ୍ରୀଲଙ୍କାରେ ରହୁଥିବା ମାଲଦୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସୀଦ ସାମରିକ ହସ୍ତକ୍ଷେପ ଲାଗି ଭାରତକୁ ଅନୁରୋଧ କରିଛନ୍ତି । ଏହି ଦୀପଦେଶର ଲୋକେ ମଧ୍ୟ ଭାରତର ପୁରୁଣା ସାହାଯ୍ୟକୁ ଭୁଲନାହାନ୍ତି । ଏଥର ପୁଣି ଭାରତ ସାହାଯ୍ୟ କରୁ ବୋଲି ଚାହୁଁଛନ୍ତି ସେଠାକାର ଲୋକେ ।

ସୂଚନାଯୋଗ୍ୟ ଯେ ଭାରତ ପୂର୍ବରୁ ମଧ୍ୟ ସାମରିକ ହସ୍ତକ୍ଷେପ କରି ମାଳଦୀପରେ ଶାନ୍ତିପ୍ରତିଷ୍ଠା କରିଥିଲା । ତିରିଶ ବର୍ଷ ତଳେ ଭାରତୀୟ ସେନା ମାଳଦୀପ ରାଷ୍ଟ୍ରପତି ମଉମୁନ ଅବଦୁଲ ଗୟୁମଙ୍କୁ ବିଦ୍ରୋହୀଙ୍କ କବଳରୁ ରକ୍ଷା କରିଥିଲେ । ୧୯୮୮ରେ ଶ୍ରୀଲଙ୍କାର ଏକ ବିଦ୍ରୋହୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଅର୍ଗାନାଇଜେନ ଅଫ ତାମିଲ ଇଲମ ଓ ଅବଦୁଲ୍ଲା ଲୁତୁଫିଙ୍କ ଦ୍ୱାରା ପରିଚାଳିତ ମାଳଦୀପର ଏକ ବିଦ୍ରୋହୀ ଗୋଷ୍ଠୀ ମିଶି ତତକାଳୀନ ରାଷ୍ଟ୍ରପତି ମହମ୍ମଦ ଗୟୁମଙ୍କୁ ଗାଦିଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ । କେବେ ଗୟୁମ କୌଶଳ କ୍ରମେ ବିଦ୍ରୋହୀଙ୍କ କବଳରୁ ମୁକ୍ତ ହୋଇ ଅନ୍ତର୍ଜାତୀୟ ସହାୟତା ପାଇଁ ବିଭିନ୍ନ ଦେଶକୁ ଅନୁରୋଧ କରିଥିଲେ । ତତକାଳୀନ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଗୟୁମଙ୍କ ଅନୁରୋଧକୁ ରକ୍ଷା କରି ସେଠାକୁ ସେନା ପ୍ରେରଣ ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଭାରତୀୟ ସେନା ଯେଉଁ ଅପରେସନ ଆରମ୍ଭ କଲା ତାର ନାଁ ଥିଲା ଅପରେସନ କାକଟସ୍‌ । ୧୯୮୮ ନଭେମ୍ବର ୩ ତାରିଖରେ ଭାରତୀୟ ସେନାର ପାରାଟ୍ରୁପରମାନେ ମାଲେରେ ଓହ୍ଲାଇ ଗୟୁମଙ୍କୁ ରକ୍ଷା କରିଥିଲେ ଓ ରାଜଧାନୀ ମାଲେକୁ ନିୟନ୍ତ୍ରଣକୁ ଆଣିଥିଲେ । ସମୁଦ୍ର ପଥରେ ପଳାଇଯାଉଥିବା ବିଦ୍ରୋହୀମାନଙ୍କୁ ମଧ୍ୟ ଭାରତୀୟ ନୌସେନା ଗିରଫ କରିଥିଲା ।

ସମ୍ବନ୍ଧିତ ଖବର