୭ ତାରିଖରେ ପୁଣି ଓଡ଼ିଶା ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ୱର: : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଅମିତ ଶାହ ଏପ୍ରିଲ ୭ ତାରିଖରେ ଓଡ଼ିଶା ଆସିବେ ବୋଲି ରାଜ୍ୟ ସଂପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୋଲସରା ଓ ବରଗଡ଼ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଜଣାଯାଇଛିି।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୬ ତାରିଖରେ ସୋନପୁରରବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର