ମାର୍ଚ ୧୫ ତାରିଖରେ ହାଇଦ୍ରାବାଦରେ ଅମିତ ଶାହାଙ୍କ ‘ସିଏଏ’ ସପକ୍ଷରେ ବିଶାଳ ର‍୍ୟାଲି

ହାଇଦ୍ରାବାଦ: ମାର୍ଚ ୧୫ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂଶୋଧିତ ନାଗରିକତା ଆଇନ ସପକ୍ଷରେ ଏକ ବିଶାଳ ର‍୍ୟାଲି ଆୟୋଜନ କରିବେ।

ହାଇଦ୍ରାବାଦର ଏଲ୍‌ବି ଷ୍ଟାଡିୟମ୍‌ରେ ଏହି ର‍୍ୟାଲି ନିମନ୍ତେ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ହାଇଦ୍ରାବାଦ ହେଉଛି ସାଂସଦ ଅସଦୁଦ୍ଦିନ୍‌ ଓଓ୍ଵାସିଙ୍କ ନିର୍ବାଚନ ମଣ୍ଡଳୀ। ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସଦୁଦ୍ଦିନ ଓଓ୍ଵାସି ଉଭୟ ‘ସିଏଏ’ ଏବଂ ‘ଏନ୍‌ପିଆର୍‌’କୁ ତୀବ୍ର ସମାଲୋଚନା କରନ୍ତି। ତେଲେଙ୍ଗାନା କ୍ୟାବିନେଟ୍‌ ‘ସିଏଏ’ ବିରୋଧରେ ଏକ ପ୍ରସ୍ତାବନା ମଞ୍ଜୁର କରିଛି। ଏହାକୁ ଓଓ୍ଵାସି ସ୍ୱାଗତ କରିଛନ୍ତି।

Image Source: The Financial Express

ବିବାଦୀୟ ‘ସିଏଏ’ ଉପରେ ବିତର୍କ କରିବାକୁ ଓ୍ଵାଓସି କରିମ୍‌ନଗର ଜିଲ୍ଲାରେ ଏକ ର‍୍ୟାଲିରେ ଅମିତ ଶାହାଙ୍କୁ ଆହ୍ଵାନ ଦେଇଥିଲେ। ସେ କହିଥିଲେ, ସର୍ବସାଧାରଣଙ୍କ ସହିତ କାହିଁକି ବିତର୍କ କରିବ? ମୋ ସହ ବିତର୍କ କର।

‘ସିଏଏ’କୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ଲାଗି ଅମିତ ଶାହା ସର୍ବସାଧାରଣରେ ବିତର୍କ କରିବାକୁ ପ୍ରସ୍ତୁତ ବୋଲି ଆହ୍ଵାନ ଦେବା ପରେ ଓଓ୍ଵାସି ଏ ଭଳି କହିଥିଲେ।

ସମ୍ବନ୍ଧିତ ଖବର