ଶ୍ମସାନରେ ଖଟିଆ ପକାଇ ଶୋଇଲେ ବିଧାୟକ, ଶ୍ରମିକଙ୍କ ଭୂତ ଭୟ ଦୂର କରିବା ପାଇଁ ନେଲେ ଏଭଳି ନିଷ୍ପତ୍ତି

ଭୋପାଳ: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରି ଜିଲ୍ଲାର ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ବିଧାୟକ ଶମ୍ରିକଙ୍କ ଭୂତ ଭୟ ଦୂର କରିବା ପାଇଁ ଶ୍ମସାନରେ ଖଟିଆ ପକାଇ ଶୋଇଛନ୍ତି। ପାଲାକୋଲ ବିଧାନସଭା ସିଟର ବିଧାୟକ ନିମ୍ମାଲା ରାମା ନାୟଡୁ ଶୁକ୍ରବାର ଅର୍ଥାତ୍‌ ଜୁନ୍‌ ୨୨ ତାରିଖରେ ଶ୍ମସାନରେ ହିଁ ରାତ୍ରି ଭୋଜନ କରିଥିଲେ ଓ ଫୋଲଡିଂ ଖଟିଆ ବିଛାଇ ଶୋଇଥିଲେ।

ମିଡିଆ ରିପୋର୍ଟ ମୁତାବକ, ଶ୍ମସାନର ନବୀକରଣ ପାଇଁ କାମ କରୁଥିବା ଶ୍ରମିକଙ୍କ ଭୂତ ଭୟ ଦୂର କରିବା ପାଇଁ ଟିଡିପି ବିଧାୟକ ଏଭଳି ନିଷ୍ପତ୍ତି ନେଇଥିଲେ। କାରଣ ଶ୍ମସାନରେ କାମ କରିବା ପାଇଁ ଅନେକ ଶ୍ରମିକ ରାଜି ହେଉ ନଥିଲେ। ଯିଏ ବି ଆସୁଥିଲେ ଆଧା କାମ କରି ଭୟରେ ଚାଲି ଯାଉଥିଲେ।

ଗଣମାଧ୍ୟକୁ ନାୟଡୁ କହିଛନ୍ତି, ମୁଁ ଏହି ସ୍ଥାନରେ ଦୁଇତିନ ହେବ ଶୋଉଛି। ଏପରି କରିବା ଦ୍ୱାରା ଶ୍ରମିକଙ୍କ ଆତ୍ମବିଶ୍ୱାସ ବଢ଼ୁଛି। ଯେଉଁମାନେ କି ରାତିରେ ଶ୍ମସାନରେ ନିର୍ମାଣ କାର୍ଯ୍ୟ ପାଇଁ ଭୟ କରୁଥିଲେ। ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମସାନରେ ଉଚିତ ସୁବିଧା ନଥିଲା, ବର୍ଷା ଦିନେ ପୂରା ଶ୍ମସାନ ଓଦା ହୋଇ କାଦୁଅ ହୋଇଯାଉଥିଲା। ପାଦ ରଖିବା ପାଇଁ ବି ଜାଗ ନଥାଏ। କେବଳ ଏତିକି ନୁହେଁ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଲୋକମାନଙ୍କ ସ୍ନାନ ପାଇଁ ବି କୌଣସି ସୁବିଧା ନଥିଲା। ଶ୍ମସାନ ପାଖରେ ଏକ ଛୋଟିଆ କୁଡିଆ ଅଛି, କିନ୍ତୁ ତାହା ଅପରିସ୍କାର ହୋଇ ପଡ଼ି ରହିଛି। ତେଣୁ ଶ୍ମସାନକୁ ସମ୍ପୂର୍ଣ୍ଣ ଭାବେ ଆଧୁନିକୀକରଣ କରି ନିର୍ମାଣ କରାଯାଉଛି।
ଏନେଇ ସ୍ଥାନୀୟ ଲୋକଙ୍କ ଅନେକ ପ୍ରସ୍ତାବ ରଖିବା ପରେ ଆଠମାସ ପୂର୍ବେ ସରକାରଙ୍କ ଏହି କାମ କରିବାର ସୀକୃତି ଦେଇଥିଲେ। ୩କୋଟି ଟଙ୍କା ବିନିମୟରେ ନୂତନ ଶ୍ମସାନ ହେବ ବୋଲି ଯୋଜନା ରହିଛି ବୋଲି କହିଛନ୍ତି ନାୟଡୁ।

ସମ୍ବନ୍ଧିତ ଖବର