ଅନଶନ ପ୍ରତ୍ୟାହାର କଲେ ଆନ୍ନା

ଫଡ଼ନାବିସଙ୍କ ପ୍ରୟାସ ସଫଳ : ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ଲୋକପାଳ ଏବଂ ଲୋକାୟୁକ୍ତ ନିଯୁକ୍ତି ଦାବିରେ ଆମରଣ ଅନଶନ ଚଳାଇଥିବା ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଏବଂ ଦାବି ପୂରଣ ପାଇଁ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଆନ୍ନା ଅନଶନ ପ୍ରତ୍ୟାହାର କରିଛନ୍ତି। ଆନ୍ନାଙ୍କ ଅନଶନ ଆଜି ସପ୍ତମ ଦିନରେ ପହଞ୍ଚିବା ପରେ ଏ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନରୁ ହଟିବେ ନାହିଁ ବୋଲି ଆନ୍ନା ଘୋଷଣା କରିଥିବାରୁ ତାଙ୍କୁ ମନାଇବାକୁ ଆଜି ଦିନ ତମାମ ସରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା।
ଆଜି ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂହ ଏବଂ ସୁଭ‌ାଷ ଭ‌ା‌ମ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ରା‌ଲେଗାଓଁ ଯାଇ ଆନ୍ନାଙ୍କୁ ସାକ୍ଷାତ କରିଥିଲେ । ପରବର୍ତ୍ତୀ ସମୟରେ ଆନ୍ନାଙ୍କ ସମସ୍ତ ଦାବିକୁ ସମୀକ୍ଷା କରାଯାଇ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଏହାକୁ ପୂରଣ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଆନ୍ନା‌ କିନ୍ତୁ ପ୍ରଥମେ ଏହି ଅନୁରୋଧରେ ଆଦୌ ପ୍ରଭାବିତ ହୋଇନଥିଲେ। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ଦାବି ପୂରଣ ସଂକ୍ରାନ୍ତ କେତେକ ତଥ୍ୟ ଅବଗତ କରାଇବା ପରେ ସେ ଅନଶନ ପ୍ରତ୍ୟାହାର ଘୋଷଣା କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ଯେ ୧୩ ଫ୍ରେବୁଆରିରେ ଲୋକପାଳ ଚୟନ କମିଟିର ବୈଠକ ବସିବ ଏବଂ ରାଜ୍ୟ ବିଧାନସଭାରେ ଆଗାମୀ ଅଧିବେଶନରେ ଏ ବାବଦ ବିଲ୍‌ ଆଗତ ହେବ।

ସମ୍ବନ୍ଧିତ ଖବର