ବିଜୟଓ୍ଵାଡ଼ା : ଆନ୍ଧ୍ରପ୍ରଦେଶର କୌଣସି ମନ୍ଦିରରେ ନୂଆବର୍ଷ ପାଳନ ହେବନି। ଏହା ହିନ୍ଦୁ ସଂସ୍କୃତିର ଏକ ଅଂଶବିଶେଷ ହୋଇନଥିବାରୁ ରାଜ୍ୟର କୌଣସି ବି ମନ୍ଦିରରେ ନୂଆବର୍ଷ ଉତ୍ସବ ପାଳନ ହେବନି ବୋଲି ଆନ୍ଧ୍ରପ୍ରଦେଶ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ଆନ୍ଧ୍ରପ୍ରଦେଶ ଦେବୋତ୍ତର ବିଭାଗର ଏକ ଅଂଶବିଶେଷ ଭାବେ ହିନ୍ଦୁ ଧର୍ମ ପରିରକ୍ଷଣ ଟ୍ରଷ୍ଟ୍ (ଏଚ୍ଡିପିଟି) କହିଛନ୍ତି ଯେ ମନ୍ଦିରଗୁଡ଼ିକରେ ନବବର୍ଷ ଉତ୍ସବ ପାଳନ ହେବା ଉଚିିତ୍ ନୁହେଁ । ସେହିପରି ଭକ୍ତମାନଙ୍କୁ ମଧ୍ୟ ନବବର୍ଷ ସନ୍ଧ୍ୟାରେ ବଧେଇ ଜଣାଇବାରୁ ବିରତ ରହିିବା ମଧ୍ୟ କାମ୍ୟ। ହିନ୍ଦୁ ପରମ୍ପରା ଅନୁଯାୟୀ ଉଗାଡ଼ିକୁ ସାରା ବିଶ୍ୱରେ ତେଲେଙ୍ଗାମାନେ ନବବର୍ଷ ଭାବେ ପାଳନ କରୁଛନ୍ତି। ତେଣୁ ଏହି ଦିନରେ ହିଁ ଲୋକେ ପୂଜାର୍ଚ୍ଚନା କରିବା ଦରକାର ଏବଂ ମନ୍ଦିର ଗୁଡ଼ିକରେ ମଧ୍ୟ ଉତ୍ସବ ପାଳନ ହେବା ଦରକାର। ଏହାବାଦ୍ ନବବର୍ଷ ଉତ୍ସବରେ ଫୁଲ ଓ ସାଜସଜାରେ ଯେଉଁ ପାଣ୍ଠି ବିନିଯୋଗ ହେଉଛି ତାହା ହିନ୍ଦୁ ସଂସ୍କୃତି ବିରୋଧୀ। ଦେବୋତ୍ତର କମିସନର ଓ୍ଵାଇଭି ଅନୁରାଧା ଏହି ବଜ୍ଞପ୍ତକଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର