୧୦ ବର୍ଷରେ ୩୬୦ଟି ସାମରିକ ହେଲିକାପ୍ଟର କିଣିବ ଭାରତୀୟ ସେନା 

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଆଗାମୀ ଦିନରେ ନିଜର ଶକ୍ତିବୃଦ୍ଧି କରିବାକୁ ଏକ ସବିଶେଷ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନାର ମୁଖ୍ୟ ଅଂଶ ହେଲା ବାୟୁସେନାର ଖାଲିଥିବା ଲଢୁଆ ବିମାନ ସ୍କ୍ଵାର୍ଡନ ପୂରଣ କରିବା । ଏଥିପାଇଁ ରାଫେଲ ଓ ସୁଖୋଇ ବିମାନ ଖରିଦ କରାଯାଉଛି ।

କେବଳ ଏତିକି ନୁହେଁ, ଭାରତୀୟ ସେନା ମଧ୍ୟ ନିଜର ହେଲିକାପ୍ଟର ସଂଖ୍ୟା ବଢାଇବାକୁ ଯୋଜନା କରୁଛି ।  ଆଗାମୀ ୧୦ ବର୍ଷରେ ପ୍ରାୟ ୩୫୦ଟି ହେଲିକାପ୍ଟର ଖରିଦ କରିବାକୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି । ଏସବୁ ହେଲିକାପ୍ଟର ମଧ୍ୟରେ ରହିଛି ଲଢୁଆ ହେଲିକାପ୍ଟର, ପର୍ଯ୍ୟବେକ୍ଷଣ ହେଲିକାପ୍ଟର ଓ ସାଧାରଣ ବ୍ୟବହାରଯୋଗ୍ୟ ହେଲିକାପ୍ଟର ।  ଲଢୁଆ ହେଲିକାପ୍ଟର ମଧ୍ୟରେ ରହିଛି ଆମେରିକା ନିର୍ମିତ ଆପାଚେ ଓ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ରୁଦ୍ର ହେଲିକାପ୍ଟର । ୨୦ ଏମଏମ ଗନ ଓ ୭୦ ଏମଏମ କ୍ୟାନନ ଲାଗିଥିବା ରୁଦ୍ର ହେଲିକାପ୍ଟରକୁ ବର୍ଷକ ମଧ୍ୟରେ ସାମିଲ କରାଯିବ । ସେହିପରି ପ୍ରହରା ଓ ପର୍ଯ୍ୟବେକ୍ଷଣ ପାଇଁ କାମୋଭ କେଏ ୨୨୬ଏସ ହେଲିକାପ୍ଟର ଖରିଦ କରାଯିବ । ଅନ୍ୟପକ୍ଷରେ ଆସନ୍ତା ୨୦୨୧ ସୁଦ୍ଧା ଆଉ ୬ଟି ଆପାଚେ ହେଲିକାପ୍ଟର ଖରିଦ କରାଯିବ ।

 

 

ସମ୍ବନ୍ଧିତ ଖବର