କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଜାରି ଲାଞ୍ଚଯଚା ଅଡିଓ ଟେପ ନକଲି : ପର୍ଦ୍ଦାଫାସ୍ କଲେ ଦଳୀୟ ବିଧାୟକ, ଅଡୁଅାରେ କଂଗ୍ରେସ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ନାଟକ ଶେଷ ହେବାର ନାଁ ଧରୁ ନାହିଁ । ଗଣତି ଦିିନ ଠାରୁ ଗୋଟିକ ପରେ ଗୋଟିଏ ନାଟକ ଚାଲିଛି । ପ୍ରଥମେ ବିଜେପିର ସରକାର ଗଠନ, ତାପରେ ଘୋଡ଼ା ବେପାର ଅଭିଯୋଗ, ଆସ୍ଥାଭୋଟ ପୂର୍ବରୁ ୟେଦ୍ୟୁରାପ୍ପାଙ୍କ ଇସ୍ତଫା ଇତ୍ୟାଦି । ବିଜେପି କଂଗ୍ରେସ ଓ ଜେଡିଏସର ବିଧାୟକମାନଙ୍କୁ ପ୍ରଲୋଭିତ ଓ ଧମକଚମକ ଦେଉଛି ବୋଲି କଂଗ୍ରେସ ସେତେବେଳେ ଅଭିଯୋଗ କରିଥିଲା । ଏହାକୁ ପ୍ରମାଣ କରିବାକୁ ଯାଇ ତିନୋଟି ଅଡିଓ ଟେପ ମଧ୍ୟ ଜାରି କରିଥିଲା । ଗୋଟିଏ ଅଡିଓ ଟେପ୍‌ରେ କଂଗ୍ରେସ ବିଧାୟକ ଶିବରାମ ହେବରଙ୍କ ପତ୍ନୀଙ୍କୁ ଜଣ ବିଜେପି ନେତା ଟଙ୍କା ଓ ମନ୍ତ୍ରୀପଦ ଯାଚୁଥିବା ଶୁଣାଯାଇଥିଲା । କିନ୍ତୁ ଖୋଦ ଶିବରାମ ହେବର ଆଜି କହିଛନ୍ତି ଯେ ଏସବୁ ଅଡିଓ ଟେପ ନକଲି ଥିଲା । ତାଙ୍କ ପତ୍ନୀଙ୍କ ପାଖକୁ କୌଣସି ଫୋନ କଲ ଆସିନାହିଁ ଓ ଅଡିଓ ଟେପରେ ଥିବା ସ୍ୱର ତାଙ୍କ ପତ୍ନୀଙ୍କର ନୁହେଁ ।

ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ହେବର ଏକଥା ଲେଖିଛନ୍ତି ଓ ନକଲି ଅଡିଓ ଟେପକୁ ନିନ୍ଦା କରିଛନ୍ତି । ନିଜ ବିଧାୟକଙ୍କ ଏପରି ସ୍ୱୀକାରୋକ୍ତି ପରେ ଖୋଦ କଂଗ୍ରେସ ହରଡ଼ଘଣାରେ ପଡିଯାଇଛି । ସେପଟେ ବିଜେପି ପକ୍ଷରୁ କୁହାଯାଇଛି ଯେ ଏହା କଂଗ୍ରେସର ଷଡ଼ଯନ୍ତ୍ରକୁ ପଦାରେ ପକାଇଦେଇଛି ।

ସମ୍ବନ୍ଧିତ ଖବର