ସେଲଟର ହୋମ ଦୁଷ୍କର୍ମ ମାମଲା: ୧୦ବର୍ଷୀୟ ପୀଡିତାର ବୟାନ୍…ପ୍ରତିରାତିରେ ହୁଏ ଦୁଷ୍କର୍ମର ଶିକାର, ଦିଆଯାଏ ‘କିଡେ କି ଦଓ୍ଵାଇ’, ସକାଳେ ଉଠିଲା ବେଳେ ଦେହରେ ନଥାଏ ପୋଷାକ
ମୁଜାଫରପୁର (ବିହାର): ମୁଜାଫରପୁରର ସେଲଟର ହୋମରେ ଅନ୍ତେବାସିନୀଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲାରେ ସିବିଆଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଏଫଆଇଆର ଲେଖା ଯିବା ପରେ ଦୁଇମାସ ପରେ ଡାକ୍ତରଙ୍କ ଏକ ଟିମ୍ ପହଞ୍ଚି ସେଲଟର ହୋମରେ ପହଞ୍ଚି ଯାଞ୍ଚ କରିଥିଲା। ଟିମ ସେଠାରେ ବ୍ୟବହୃତ କରାଯାଇଥିବା ୬୩ ଔଷଧ ଓ ଡ୍ରଗର ର୍ୟାପର୍ସର ଏକ ତଲିକା ବନାଇଛି। ଏକ୍ସପର୍ଟ ସେଲଟର ହୋମରୁ ପିଲାଙ୍କ ପୋଷାକ ଓ ଏକ କମ୍ପ୍ୟୁଟର ବି ଜବତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିହାର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳନାଧୀନ ମୁଜାଫରପୁରସ୍ଥିତ ଆଶ୍ରୟ ଗୃହରେ ଅନ୍ତେବାସିନୀ ଥିବା ୪୨ଜଣଙ୍କ ମଧ୍ୟରୁ ୩୪ଜଣଙ୍କ ସହ ଦୁଷ୍କର୍ମ କରାଯାଇଥିବା ପୃଷ୍ଟି ହୋଇଛି। ତେବେ ଦୁଷ୍କର୍ମର ଶିକାର ହୋଇଥିବା ବାଳିକାମାନଙ୍କ ବୟସ ୭ରୁ ୧୩ବର୍ଷ ବୟସ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି।
ଦୁଷ୍କର୍ମର ଶିକାର ହୋଇଥିବା ୧୦ବର୍ଷୀୟ ପୀଡିତା ଏହି ଦୁଃଖଦ ଘଟଣା ସମ୍ପର୍କରେ ବଖାଣି କହନ୍ତି, ଯେମିତି ସନ୍ଧ୍ୟା ହୁଏ, ସମସ୍ତଙ୍କ ମନରେ ଆତଙ୍କ ଖେଳି ଯାଏ। ଖାଇ ସାରିବା ପରେ ନିଶାଯୁକ୍ତ ପଦାର୍ଥ, ଧଳା ଓ ଗୋଲାପି ରଙ୍ଗର ଔଷଧ (କିଡେ କି ଦାଓ୍ଵାଇ) ଖାଇବାକୁ ଦିଆଯିବା ସହ ମାରପିଟ କରାଯାଇଥାଏ। ଏହାକୁ ଖାଇବା ପରେ ସମସ୍ତେ ଶୋଇ ପଡ଼ି ଥାଆନ୍ତି। ଏହାପରେ ଦୁଷ୍କର୍ମ ଆରମ୍ଭ ହୋଇଯାଏ। କେତେକ ବାଳିକାଙ୍କ ପେଟରେ ଯନ୍ତ୍ରଣା ବି ହେଉଥାଏ କାରଣ ଏପରି କରିବାକୁ ବାରଣ କରିବାରୁ ପେଟରେ ଗୋଇଠା ମାଡ ବି ଖାଇବାକୁ ହୋଇଥାଲ। କିନ୍ତୁ ଏବିଷୟରେ କାହାକୁ କିଛି ନକହି ଚୁପ୍ ରହିଥାଉ, କାରଣ ଆମ ଦୁଃଖ ଶୁଣିବାକୁ ସେଠାରେ କେହି ନଥାଆନ୍ତି। ସାରା ରାତି ଭୟରେ କଟି ଯାଏ। କେବଳ ଏତିକି ନୁହେଁ ସେଠାରେ ଥିବା ଆଣ୍ଟି ବ୍ରିଜେଶ ସାରଙ୍କ ରୁମ୍କୁ ଶୋଇବାକୁ ଏକଦା ତାଙ୍କୁ ପଠାଇଥିଲେ (ଏନ୍ଜିଓ ଓନର୍)। ସକାଳେ ଉଠିଲା ବେଳେକୁ ଚଟାଣରେ ତାଙ୍କ ପ୍ୟାଣ୍ଟ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ।
ଅନ୍ୟ ଜଣେ ପୀଡିତା କହନ୍ତି ପ୍ରତିଦିନ ରାତିରେ ନିର୍ଯାତନା ଓ ଦୁଷ୍କର୍ମର ଶିକାର ହେବାକୁ ପଡେ। ଏ ବିଷୟରେ ଯାହାଙ୍କୁ କହିଲେ ବି କେହି କିଛି ଶୁଣି ନଥଆନ୍ତି। ତେବେ ଯିଏ ଏଥିପାଇଁ ମୁହଁ ଖୋଲେ ତାକୁ ମାଡ ଖାଇବା ସହିତ ଇନ୍ଜେକ୍ସନ୍ ବି ଦିଆଯାଇଥାଏ। ଆଶ୍ରକୁ ଏନ୍ଜିଓର ଲୋକମାନଙ୍କ ବ୍ୟତୀତ ବାହାର ଲୋକ ବି ଆସି ଦୁଷ୍କର୍ମ କରି ଥାଆନ୍ତି। ଅନେକ ବାଳିକାଙ୍କୁ ଆଶ୍ରମରୁ ବି ବାହାରକୁ ନିଆଯାଇ ଦୁଷ୍କର୍ମ କରାଯାଇଛି। ତା’ପର ଦିନ ପୁଣି ତାକୁ ଆଶ୍ରମରେ ଆଣି ଛାଡ଼ି ଦିଆଯାଇଥାଏ।