ଆଗାମୀ ଅପ୍ରେଲ ମାସକୁ ଏହି କାରଣରୁ ଅପେକ୍ଷା କରିଛି ବିଜେପି !

ନୂଆଦିଲ୍ଲୀ: ବିଜେପିର ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ ପାସ୍ କରିବାରେ କିଛି ଅସୁବିଧା ହେଉ ନାହିଁ। କିନ୍ତୁ ରାଜ୍ୟସଭାରେ ଅଳ୍ପ ସଂଖ୍ୟକ ସଦସ୍ୟ କାରଣରୁ ଅନେକ ବିଲ ପାସ୍ କରିବାକୁ ବହୁତ କଷ୍ଟ କରିବାକୁ ପଡ଼ୁଛି । ଏଥିଲାଗି ବାରମ୍ବାର ଏନ୍‌ଡିଏ ସମର୍ଥିତ ଦଳଙ୍କୁ ବାଦ୍‌ ଦେଲେ ଅନ୍ୟଦଳର ସହାୟତା ନେବାକୁ ପଡ଼ୁଛି ।

ତେବେ ଆସନ୍ତା ବର୍ଷ ବିଜେପିକୁ ସଂସଦର ଉପର ଗୃହରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି କୁହାଯାଉଛି । ଏହି କାରଣରୁ ଆଗାମୀ ଅପ୍ରେଲ୍‌ ମାସରେ ରାଜ୍ୟସଭାରେ ୫୨ଟି ଆସନ ଖାଲି ହେବାକୁ ଯାଉଛି । ଏହାକୁ ଅପେକ୍ଷା କରିଛି ବିଜେପି ।

Image result for rajya sabha
photo-hindustantimes

ଆସନ୍ତା ବର୍ଷ ଅପ୍ରେଲ ୨ ଓ ୯ରେ ରାଜ୍ୟସଭା ନିର୍ବାଚନ ହେବାର ଅଛି । ଦେଶର ୧୫ଟି ରାଜ୍ୟର ୫୨ ଜଣ ରାଜ୍ୟସଭା ସାଂସଦ ଅବସର ଗ୍ରହଣ କରିବେ । ବିଜେପିର ୧୫, ଜେଡିୟୁ ୩ ଓ ଅନ୍ୟ ଦଳର ୪ଟି ଆସନ ରହିଛି । ସେହିପରି ବିଜେଡ଼ିର ୨, କଂଗ୍ରେସର ୧୩, ତୃଣମୂଳ କଂଗ୍ରେସର ୪ ଏନସିପିର ୨ ସାଂସଦଙ୍କ କାର୍ଯ୍ୟକାଳ ସରିବ । ବର୍ତ୍ତମାନ ସମୟରେ ୮ଟି ଆସନ ସଦସ୍ୟଙ୍କ ଇସ୍ତଫା ଯୋଗୁଁ ଖାଲି ରହିଛି । ଏଥିରେ ଉପ ନିର୍ବାଚନ ହେବ । ଉପ ନିର୍ବାଚନରେ ୫ଟି ଆସନ ନିଜ ହାତକୁ ନେବାକୁ ବିଜେପି ଆଶା ରଖିଛି । ରାଜ୍ୟସଭାରେ ମୋଟ ୨୪୫ଟି ଆସନରୁ ଗୃହରେ ବହୁମତ ପାଇଁ ସରକାରଙ୍କୁ ୧୨୩ ସାଂସଦଙ୍କର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର