ଜମ୍ମୁ-କଶ୍ମୀରର ହଣ୍ଡଓ୍ଵାରାସ୍ଥିତ ସେନା ଶିବିରରେ ବିସ୍ଫୋରଣ: ୨ ସେନା ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାରେ ଥିବା ଭାରତୀୟ ସେନା ଶିବିରରେ ଶୁକ୍ରବାର ବିସ୍ଫୋରଣ ଘଟି ଦୁଇ ସେନା ଯବାନ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ହଣ୍ଡଓ୍ଵାରା ଅଞ୍ଚଳରେ ଥିବା ୧୫ ରାଷ୍ଟ୍ରୀୟ ରାଇଫେଲ୍‌ ଶିବିରରେ ଥିବା ଏକ ତୈଳ ଡିପୋରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ପ୍ରାଥମିକ ତଦନ୍ତରୁ ଏହାକୁ ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାଷ୍ଟ୍ରୀୟ ରାଇଫଲ୍‌ ହେଉଛି ଭାରତୀୟ ସେନାର ଏକ ଶାଖା। ଭାରତୀୟ ସେନାର ବିଭିନ୍ନ ବଛା ବଛା ଯବାନମାନଙ୍କୁ ନେଇ ଏହି ସୁରକ୍ଷା ବଳ ଗଠନ କରାଯାଇଛି। ଏହି ବଳକୁ ମୁଖ୍ୟତଃ ସୀମାରେ ଅନୁପ୍ରବେଶ କରିବାକୁ ଜମ୍ମୁ-କଶ୍ମୀରରେ ମୁତୟନ କରାଯାଇଛି।

ପୂର୍ବରୁ ଜାନୁଆରି ମାସରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଜିଲ୍ଲାର ଅହଗମ ଗ୍ରାମରେ ୪୪ ରାଷ୍ଟ୍ରୀୟ ରାଇଫଲ୍‌ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନଙ୍କର ଏପରି କାର୍ଯ୍ୟକଳାପ ପରେ ଭାରତୀୟ ସେନା ପରେ ଏହାର ଜବାବ ଦେଇଥିଲା।

ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୀମାରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି।

ସମ୍ବନ୍ଧିତ ଖବର