ଗୋଟିଏ ସେକ୍‌ସନ୍‌ରେ ୪୦ ରୁ ଅଧିକ ପିଲା ଥିବା ୧୭୦୦ ସ୍କୁଲ୍‌ ପ୍ରତି ଦଣ୍ଡ ବିଧାନ କରିବ ସିବିଏସ୍‌ଇ

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଡୁକେସନ୍‌ (ସିବିଏସ୍‌ଇ) ସହ ଅନୁବନ୍ଧିତ ହୋଇଥିବା ଶହ ଶହ ସ୍କୁଲ୍‌ ମଧ୍ୟରୁ କେତେକ ଶୀର୍ଷ ସ୍ତରୀୟ ଘରୋଇ ବିଦ୍ୟାଳୟ ପ୍ରତି ସେକ୍‌ସନ୍‌ରେ ୪୦ରୁ ଅଧିକ ପିଲା ରଖିଥିବାରୁ ଦଣ୍ଡବିଧାନର ସମ୍ମୁଖୀନ ହୋଇଛନ୍ତି। ବୋର୍ଡର ‘ଅନ୍‌ଲାଇ ଆଫିଲିଏଟେଡ୍‌ ସ୍କୁଲ୍‌ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌’ (ଓଏଏସ୍‌ଆଇଏସ୍‌) ଯୋଗେ ଉକ୍ତ ସ୍କୁଲ୍‌ଗୁଡ଼ିକର ତ୍ରୁଟି ଧରାପଡ଼ିଛି।

ସିବିଏସ୍‌ଇ ନିୟମ ଅଧୀନରେ ପ୍ରତି ସେକ୍‌ସନ୍‌ରେ ସ୍କୁଲ୍‌ ୪୦ରୁ ଅଧିକ ପିଲା ରେଜିଷ୍ଟ୍ରି କରିପାରିବେ ନାହିଁ। ସମଗ୍ର ଦେଶରେ ପ୍ରାୟ ୧୭୦୦ ସ୍କୁଲ୍‌ ଏହି ନିୟମ ଉଲ୍ଲଂଘନ କରିଥିବାରୁ ବୋର୍ଡ ସେମାନଙ୍କ ପ୍ରତି ଦଣ୍ଡବିଧାନ କରିବା ଉଦ୍ଦେଶ୍ୟରେ ଆଫିଲେସନ୍‌ ରଦ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ସହ ୪୦ରୁ ଅଧିକ ପ୍ରତି ଛାତ୍ରଙ୍କ ନିମନ୍ତେ ୫୦୦ ଟଙ୍କା ଜରିମାନା କରିଛି। ସିବିଏସ୍‌ଇ ଅଧୀନରେ ଥିବା ସ୍କୁଲ୍‌ମାନଙ୍କ ମଧ୍ୟରେ ଏହି ସବୁ ସ୍କୁଲ୍‌ ୭-୮% ହେବ।

ଘରୋଇ ସ୍କୁଲ୍‌ଗୁଡ଼ିକ ‘ଭଡ଼ା ଦେଉଥିବା ସିଟ୍‌’ ବିରୋଧରେ ଏହା ମଧ୍ୟ ଏକ ପ୍ରକାର ଚଢ଼ାଉ। ଏହି ସବୁ ସ୍କୁଲ୍‌ଗୁଡ଼ିକରେ ପିଲାମାନଙ୍କୁ ଏନ୍‌ରୋଲ୍‌ କରାଯାଇଥିଲେ ମଧ୍ୟ, ସେମାନେ ଘରୋଇ କୋଚିଙ୍ଗ୍‌ ନେଉଥାଆନ୍ତି। ସ୍କୁଲ୍‌ରେ ଅନୁପସ୍ଥିତ ଥାଇ ମଧ୍ୟ ସେମାନଙ୍କର ଉପସ୍ଥାପନ ପଡୁଥାଏ।

ସମଗ୍ର ସ୍କୁଲ୍‌ ସୂଚନା ଗୋଟିଏ ପ୍ଲାଟ୍‌ଫର୍ମରେ କେନ୍ଦ୍ରୀଭୂତ କରାଯିବା ଉଦ୍ଦେଶ୍ୟରେ ୨୦୧୬ରୁ ‘ଅନ୍‌ଲାଇନ୍‌ ଆଫିଲିଏଟେଡ୍‌ ସ୍କୁଲ୍‌ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌’ ପ୍ରଚଳନ କରାଯାଇଛି।

ସମ୍ବନ୍ଧିତ ଖବର