ଏବେ ଦୁଷ୍କର୍ମ କରୁଥିବା ଅଭିଯୁକ୍ତକୁ ଇଞ୍ଜେକ୍ସନ ଦେଇ କରି ଦିଆଯିବ ନପୁଂସକ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ଦୁଷ୍କର୍ମର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାକୁ ରେୋକିବା ପାଇଁ ଅନେକ ଆଇନ ପ୍ରଣୟନ ସହ ଦୋଷୀକୁ ଦଣ୍ଡ ଦିଆଯିବା ପରେ ମଧ୍ୟ ଏଭଳି ଅପରାଧ ଥମିବାର ନାଁ ନେଉ ନାହିଁ । ତେବେ ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଆମେରିକାର ଅଲାବାମା ରାଜ୍ୟରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି । ନୂଆ ଆଇନ ଅନୁଯାୟୀ, ୧୩ବର୍ଷରୁ କମ ଶିଶୁ ସହ ଦୁଷ୍କର୍ମ କଲେ ଦୁଷ୍କର୍ମକାରୀକୁ ନପୁଂସକ କରିବାର ଇଞ୍ଜେକ୍ସନ ଦିଆଯିବ । ଯାହା ଦ୍ୱାରା ସେମାନେ ଦୁଷ୍କର୍ମ ଭଳି ଅପରାଧ ଆଉ  ଚାହିଁଲେ ସୁଦ୍ଧା କରି ପାରିବେ ନାହିଁ ।

aajtak.intoday.in

ସୂଚନା ମୁତାବକ, କୌଣସି ଦୁଷ୍କର୍ମ କରିଥିବା ଅପରାଧିକୁ ପାରୋଲରେ ଛଡ଼ାଗଲେ ତାହାର ଏକ ମାସ ପୂର୍ବରୁ ତାକୁ ଏହି ଇଞ୍ଜେକ୍ସନ ଦିଆଯିବ । ଇଞ୍ଜେକ୍ସନ କିଣିବା ପାଇଁ ଲାଗୁଥିବା ଟଙ୍କା ମଧ୍ୟ ଅଭିଯୁକ୍ତ ବା ଅଭିଯୁକ୍ତର ପରିବାର ଲୋକଙ୍କୁ ଦେବାକୁ ହେବ । ଯଦି କୌଣସି ଅଭିଯୁକ୍ତ ଏହି ଇଞ୍ଜେକ୍ସନ ଲଗାଇବା ପାଇଁ ମନାକରେ, ତେବେ ତାକୁ ପାରୋଲରେ ଛଡ଼ାଯିବ ନାହିଁ । ତେବେ ଏଭଳି ନୂଆ ଆଇନ ଆସିବା ପରେ ସେଠାରେ ଦୁଷ୍କର୍ମ ସଂଖ୍ୟା କିଛି ମାତ୍ରରେ କମିପାରେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର