ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କାଙ୍କ ଚିଠି : ମୋର ସୁରକ୍ଷା ପାଇଁ ଟ୍ରାଫିକ ରୋକିବେ ନାହିଁ

ନୂଆଦିଲ୍ଲୀ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖି ସୂଚିତ କରିଛନ୍ତି, ମୋର ଗସ୍ତ ସମୟରେ ସୁରକ୍ଷା ପାଇଁ ଟ୍ରାଫିକ ରୋକା ନ ଯାଉ । ମୋ ପାଇଁ ସାଧାରଣ ଜନତା କଷ୍ଟ ପାଆନ୍ତୁ, ତାହା ମୁଁ ଚାହେଁ ନାହିଁ । ସେଥିପାଇଁ ମୋର ସୁରକ୍ଷା ପାଇଁ ଟ୍ରାଫିକ ରୋକିବାର କୌଣସି ଆବଶ୍ୟକତା ନାହିଁ ବୋଲି ଅନୁରୋଧ କରିଛନ୍ତି ପ୍ରିୟଙ୍କା ।

lucknow

ପୂର୍ବ ଥର ମୁଁ ଏବଂ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାୟବରେଲି ଗସ୍ତରେ ଆସିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସର ୨୨ଟି ଗାଡ଼ି ରାଲିରେ ସାମିଲ ହୋଇଥିଲା, ଏଥି ପାଇଁ ସଧାରଣ ଜନତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ ମୋର ସୁରକ୍ଷା ପାଇଁ ଗୋଟେ ପୁଲିସ ଗାଡ଼ି ମୋ ସହ ରହିଥାଏ । ମୁଁ ଜନତାଙ୍କ ସେବକ । ମୋ ପାଇଁ ସେମାନଙ୍କୁ କୌଣସି ଅସୁବିଧା ହେଉ ତାହା ମୁଁ ଚାହେଁ ନାହିଁ । ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ ମୋ ପାଇଁ ଟ୍ରାଫିକ ରୋକାଯାଏ ନାହିଁ । କାରଣ ମୁଁ ଏହି ପ୍ରଥାକୁ ସଂପୂର୍ଣ୍ଣ ବିରୋଧ କରେ ବୋଲି  ଚିଠିରେ ଲେଖିଛନ୍ତି ପ୍ରିୟଙ୍କା ।

ସମ୍ବନ୍ଧିତ ଖବର