ଦିଲ୍ଲୀର ରାମଲୀଳା ମୈଦାନରେ ଆଜି କଂଗ୍ରେସର ଭାରତ ବଞ୍ଚାଅ ସମାବେଶ

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାମଲୀଳା ମୈଦାନରେ ଭାରତ ବଞ୍ଚାଅ ସମାବେଶ ଆୟୋଜନ କରାଯାଉଛି | ଏହି ସମାବେଶ କୃଷକ ବିରୋଧୀ ନୀତି, ମହିଳାଙ୍କ ପ୍ରତି ବଢିଥିବା ହିଂସା, ନିଯୁକ୍ତି ଓ ସମ୍ବିଧାନ ଉପରେ ଆକ୍ରମଣ ସମ୍ବଦ୍ଧରେ କରାଯାଉଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି |

Photo-ANI

ସମାବେଶରେ ଭାଗ ନେବାକୁ ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିବାବେଳେ ସମାବେଶକୁ ସଫଳ କରାଇବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି | ଏହି ସମାବେଶରେ କଂଗ୍ରେସ ନାଗରିକ ସଂଶୋଧନ ଆଇନ ପ୍ରସଙ୍ଗ ଉଠାଇବା ସହ ମୋଦୀ ସରକାରଙ୍କୁ ଘେରିବା ପାଇଁ ପ୍ରୟାସ କରିବ |

ଏଠାରେ ସୂଚନା ଥାଉ କି କଂଗ୍ରେସ ସଂସଦର ଦୁଇଟି ଗୃହରେ ଏହି ଆଇନକୁ ବିରୋଧ କରିଥିଲା | କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ଏହି ଆଇନ ଧର୍ମ ଆଧାରରେ ଦେଶକୁ ବିଭାଜନ କରିବା ପାଇଁ ପ୍ରୟାସ କରାଯାଇଛି | କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ଆଇନ ସଂସଦରେ ପାରିତ ହେବା ଦିନ ଇତିହାସର କଳାଦିନ ବୋଲି କହିଥିଲେ |

ସମ୍ବନ୍ଧିତ ଖବର