ଇସ୍ରୋ ସହ ସହଯୋଗ ଅତୁଟ ରହିଛି: ମିସନ୍‌ ଶକ୍ତିକୁ ସମାଲୋଚନା କରିବା ପରେ କହିଲେ ନାସା ମୁଖ୍ୟ

ଓ୍ଵାସିଂଟନ୍‌: ଇସ୍ରୋ ସହ ନାସାର ସମ୍ପର୍କ ଅତୁଟ ରହିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଏଜେନ୍‌ସିର ମୁଖ୍ୟ ଜେମ୍‌ସ୍‌ ବ୍ରାଇଡେନ୍‌ଷ୍ଟାଇନ୍‌ କହିଛନ୍ତି। ମହାକାଶରେ ଘୂରିବୁଲୁଥିବା ୪୦୦ ଖଣ୍ଡ ଆବର୍ଜନା ସୃଷ୍ଟିକାରୀ ଭାରତର ସାଟେଲାଇଟ୍‌ ବିଧ୍ୱଂସୀ ଅସ୍ତ୍ର ପରୀକ୍ଷାକୁ ଅଳ୍ପ ଦିନ ତଳେ ସେ ‘ଭୟାବହ ଜିନିଷ’ ବୋଲି କହିଥିଲେ।

ଇସ୍ରୋର ଅଧ୍ୟକ୍ଷ କେ ଶିବନ୍‌ଙ୍କୁ ଚିଠି ଲେଖି ନାସା ପ୍ରଶାସକ ବ୍ରାଇଡେନ୍‌ଷ୍ଟାଇନ୍‌ କହିଛନ୍ତି: ହ୍ଵାଇଟ୍‌ ହାଉସ୍‌ର ପ୍ରାପ୍ତ ପଥ ପ୍ରଦର୍ଶିକା ଆଧାରରେ ସେ ମାନବ ଯାତ୍ରାକାରୀ ମହାକାଶ ଯାନ ସମେତ ଅନେକଗୁଡ଼ିଏ ପ୍ରସଙ୍ଗରେ ଇସ୍ରୋ ସହ କାମ ଚାଲୁ ରଖିବେ।

ତାଙ୍କ ପତ୍ରରେ ବ୍ରାଇଡେନ୍‌ଷ୍ଟାଇନ୍‌ କହିଛନ୍ତି ମାନବବାହୀ ମହାକାଶ ଯାନ ସଂକ୍ରାନ୍ତ ସହଯୋଗ ବାତିଲ କରାଯିବା ପ୍ରସଙ୍ଗରେ ସେ ନିକଟରେ ଇସ୍ରୋକୁ ଲେଖିଥିଲେ।

ଏପ୍ରିଲ୍‌ ୪ ତାରିଖ ଚିଠିରୁ ଜଣାପଡୁଛି ସେ ହ୍ଵାଇଟ୍‌ ହାଉସ୍‌ ଚାପ ପକାଇବାରୁ ସହଯୋଗ ଅକ୍ଷୁର୍ଣ୍ଣ ରହିଛି।
ଟାଉନ୍‌ହଲ୍‌ରେ ଆୟୋଜିତ ଏକ ସଭାରେ ନାସା ମୁଖ୍ୟ ଭାରତର ଆଣ୍ଟି ସାଟେଲାଇଟ୍‌ ପରୀକ୍ଷଣକୁ ସମାଲୋଚନା କରିଥିଲା।

ସମ୍ବନ୍ଧିତ ଖବର