ଭୁବନେଶ୍ୱରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ : ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଉଦବୋଧନ ଦେବେ

0

ଭୁବନେଶ୍ୱର :  ଭୁବନେଶ୍ୱରର ପହଞ୍ଚିଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଅରବିନ୍ଦ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ତାଙ୍କୁ ଦଳୀୟ କର୍ମୀମାନେ ଏକ ବାଇକ ଶୋଭାଯାତ୍ରା କରି ଷ୍ଟେଟ ଗେଷ୍ଟ ହାଉସକୁ ନେଇଥିଲେ । ତେବେ କେଜରିୱାଲଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ଅଛନ୍ତି । କେଜରିୱାଲଙ୍କ ସହ ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଆସିଥିବା ସୂଚନା ମିଳିଛି ।

ଆଜି ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଲୋୟର ପିଏମଜିଠାରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଓ ଏଥିରେ ମୁଖ୍ୟ ଅତିଥି ଭାବରେ କେଜରିୱାଲ ଉଦବୋଧନ ଦେବେ । ଏହି ସଭାରେ କଂଗ୍ରେସରୁ  ବହିଷ୍କାର  ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରାକାନ୍ତ ଜେନା ମଧ୍ୟ ଯୋଗ ଦେଉଥିବା ଜଣାଯାଇଛି।

ଏହାସହ ଆଜି ସନ୍ଧ୍ୟାରେ ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା ରହିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.