ଭୟଙ୍କର ଧୂଳିଝଡ଼ : ରାଜସ୍ଥାନ, ଉତ୍ତରପ୍ରଦେଶରେ ମୃତ୍ୟୁସଂଖ୍ୟା ୧୦୯ ଟପିଲା

ନୂଆଦିଲ୍ଲୀ : ଉତ୍ତର ଭାରତରେ ଦେଖାଦେଇଛି ଏକ ଭୟଙ୍କର ଧୂଳି ଝଡ଼ । ଏହି ଧୂଳିଝଡ଼ ଏତେ ଭୟଙ୍କର ଯେ ତାହା ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାନା ଓ ଦିଲ୍ଲୀକୁ ପ୍ରଭାବିତ କରିଛି । ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି । କେବଳ ଧୂଳିଝଡ଼ ନୁହେଁ ତା ସହିତ ବିଜୁଳି ଓ ବର୍ଷା ବି ହୋଇଛି । ଏହି ଝଡ଼ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦୯ ଟପିଯାଇଛି । କେବଳ ଉତ୍ତରପ୍ରଦେଶରେ ୬୪ ଜଣ ମୃତ୍ୟୁବରଣ କରିଥିବାବେଳେ ୧୬୦ ଜଣ ଆହତ ହୋଇଛନ୍ତି । ସେହିପରି ରାଜସ୍ତାନରେ ପ୍ରାୟ ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି ।

 

ମିଳିଥିବା ସୂଚନା ମୁତାବକ ଗତକାଲି ରାତି ୮ଟା ୪୫ରୁ ୧୧.୩୦ ମଧ୍ୟରେ ପଶ୍ଚିମ ଉତ୍ତରପ୍ରଦେଶରେ ଘଣ୍ଟା ପ୍ରତି ୧୨୬ କିଲୋମିଟର ବେଗରେ ଧୂଳିଝଡ଼ ହେବା ସହ ୪୮.୨ ମିଲିମିଟର ବର୍ଷା ହୋଇଥିଲା । କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ରିଲିଫ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର