୪୯ ପିଲାଙ୍କ ବାପା ବନି ଚର୍ଚ୍ଚାରେ ଡାକ୍ତର! ଆଇଭିଏଫ୍‌ର ସହାୟତାରେ ଗର୍ଭବତୀ ହେବାକୁ ଆସୁଥିବା ମହିଳାଙ୍କ ଗର୍ଭରେ ତାଙ୍କ ସ୍ୱାମୀଙ୍କ ବଦଳରେ ଛାଡୁଥିଲେ ନିଜ ସ୍ପର୍ମ

ବର୍ଲିନ: ଜଣେ ଡଚ୍‌ ଡାକ୍ତର ଯାହା କରିଛନ୍ତି ତାହା ଏବେ ଡାକ୍ତରମାନଙ୍କ ପ୍ରତି ଲୋକମାନଙ୍କ ମନରେ ଏକ ଅବିଶ୍ୱାସ ସୃଷ୍ଟି କରିଛି। ଡାକ୍ତର ଜଣକ ଧୋକ୍କାରେ ୪୯ ଜଣ ପିଲାଙ୍କ ବାପା ହେବା ପରେ ଏବେ ତାଙ୍କ ସ୍ୱରୂପ ଏବେ ପଦାକୁ ଆସିଛି।

ଜାଣିବାକୁ ମିଳିଛି ଯେ ଆଇଭିଏଫ୍‌ର ସହାୟତା ନେଇ ଯେଉଁ ଦମ୍ପତି ସନ୍ତାନ ପ୍ରାପ୍ତି ଲାଗି ଉକ୍ତ ଡାକ୍ତରଙ୍କ ପାଖକୁ ଆସୁଥିଲେ ସେମାନଙ୍କୁ ଡାକ୍ତର ଜଣକ ଧୋକ୍କା ଦେଇଛନ୍ତି। ପିଲାଟିଏ ଲାଗି ଆଶା ବାନ୍ଧି ଆସିଥିବା ପୁରୁଷଙ୍କ ସ୍ପର୍ମ ସହ ଡାକ୍ତର ଜଣକ ନିଜ ସ୍ପର୍ମ ବଦଳ କରି ଦେଉଥିଲେ। ଏପରି ଭାବେ ସେ ସମୁଦାୟ ୪୯ ଜଣକ ମହିଳାଙ୍କ ପେଟରେ ନିଜ ସ୍ପର୍ମ ଛାଡ଼ି ୪୯ ଜଣ ପିଲାଙ୍କ ବାପା ବନି ପାରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଡକ୍ତର ଜନ୍‌ କରବଟ୍‌ଙ୍କର ୨୦୧୭ ମସିହାରୁ ପରଲୋକ ହୋଇ ସାରିଲାଣି। ମାତ୍ର ଏବେ ଡିଏନ୍‌ଏ ଟେଷ୍ଟ୍‍ରୁ ଏହି ସତ ଧରା ପଡ଼ିଛି।

India today

ଜନ୍‌ଙ୍କ ସ୍ପର୍ମରୁ ଜନ୍ମ ଲାଭ କରିଥିବା କିଛି ପିଲାଙ୍କ ଉପରେ ସନ୍ଦେହ ଆସିବାକୁ କେତକ ପରିବାର ତାଙ୍କ ନାମରେ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ମାତ୍ର ଜନ୍‌ଙ୍କ ପରିବାର ଲୋକ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ମାମଲା ଦୀର୍ଘ ଦିନ ଧରି ଚାଲିଥିଲା। ମାତ୍ର ଶେଷରେ ପ୍ରାୟ ୪୯ ଜଣଙ୍କ ଡିଏନ୍‌ଏ ଜନଙ୍କ ଡିଏନ୍‌ଏ ସହ ମ୍ୟାଚ୍‌ ହେବା ପରେ ସତ ପଦାକୁ ଆସିଛି।

ଖାଲି ସେତିକି ନୁହେଁ, ଜନ୍‌ ତାଙ୍କ ସ୍ପର୍ମ ଅନ୍ୟ କ୍ଲିନିକକୁ ବି ପଠାଉଥିଲେ। ଜନ୍‌ଙ୍କ କ୍ଲିନିକ୍‌କୁ ଆସି ଆଇଭିଏଫ୍‌ ଜରିଆରେ ଯେଉଁମାନେ ସନ୍ତାନ ଲାଭ କରିଥିଲେ ସେମାନଙ୍କ ଭିତରେ ଏବେ ଭୟ ସୃଷ୍ଟି ହୋଇଛି। ଅନେକ ବାପାମାଆ ନିଜ ପିଲା ବିଷୟରେ ଜାଣିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର