ନୂଆଦିଲ୍ଲୀ: ରବିବାର ସକାଳେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆନ ଅଞ୍ଚଳରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗଳି ବିନିମୟ ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶୋପିଆନ୍ ଅନ୍ତର୍ଗତ ବଡ଼ିଗାମ୍ ଇମାମ୍ ସାହିବ୍ ଅଞ୍ଚଳର ଗୋଟାଏ ଘରେ ଅନ୍ୟୂନ ଦୁଇ ତିନି ଜଣ ଆତଙ୍କବାଦୀ ଛପି ରହିଥିବାର ସୂଚନା ମିଳିଛି।
ଗୁଳି ବିନିମୟ ଯୋଗୁଁ ଦୁଇ ତିନି ଜଣ ନିରାପତ୍ତା ଅଧିକାରୀ ମଧ୍ୟ ଆହତ ହୋଇଥିବା କୁହାଯାଉଛି।
ସମ୍ପୃକ୍ତ ଅଞ୍ଚଳରେ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ରାଷ୍ଟ୍ରୀୟ ରାଇଫଲ୍ କମ୍ବିଙ୍ଗ୍ ଆଣ୍ଡ୍ ସର୍ଚ ଅପରେସନ୍ ଚଳାଇଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ଲୁଚି ରହିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ସର୍ଚ ଅପରେସନ୍ ଏନ୍କାଉଣ୍ଟର୍ ପାଲଟି ଯାଇଥିଲା।
ଗୁଳି ବିନିମୟ ଏ ପର୍ଯ୍ୟନ୍ତ ଚାଲିଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଗତକାଲି ମଧ୍ୟ ଶ୍ରୀନଗର ଠାର ନିରାପତ୍ତା ବଳଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।