ମୁମ୍ବାଇ- ସିଙ୍ଗାପୁର ବିମାନରେ ବୋମା ସୂଚନା:ସୁରକ୍ଷା ଦେ‌ଲା ଏଫ୍‌-୧୬

ନୂଆଦିଲ୍ଲୀ: ମୁମ୍ବାଇରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ବୋମା ରଖାଯାଇଥିବା ସୂଚନା ମିଳିବାପରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି। ୨୬୩ ଯାତ୍ରୀଙ୍କୁ ନେଇ ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ବିମାନ ବୋଇଙ୍ଗ୍‌ ୭୭୭-୩୦୦ ଇଆର ଗତକାଲି ମୁମ୍ବାଇର ଛତ୍ରପତି ଶବ‌ାଜୀ ବିମାନବନ୍ଦରରୁ ରାତି ୧୧.୩୬ରେ ଛାଡ଼ିବାର କିଛି ସମୟ ପରେ ସିଙ୍ଗାପୁର ଏୟାରଲାଇନ୍ସକୁ ଫୋନ୍‌ ମାଧ୍ୟମ‌ରେ ବିମାନରେ ବୋମା ଥିବା ଖବର ମିଳିଥିଲା। ଏହାପରେ ସିଙ୍ଗାପୁର ବାୟୁସେନା ପକ୍ଷରୁ ଏଫ୍‌-୧୬ ଯୁଦ୍ଧ ବିମାନର ସୁରକ୍ଷା ବଳୟ ଭିତରେ ବିମାନଟିକୁ ସୁରକ୍ଷିତ ଭାବେ ସିଙ୍ଗାପୁର୍‌ର ଚାଙ୍ଗି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଛି। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ବିମାନରେ ଥିବା ଜଣେ ମହିଳା ଯାତ୍ରୀ ଏବଂ ଜଣେ ଶିଶୁଙ୍କୁ ଅଟକ ରଖି ପୁଲିସ ଏବେ ଜେରା କରୁଛି। ଏହି ବୋମା ସୂଚନା ପଛରେ ମହିଳାଙ୍କ ହାତ ଅଛି ‌ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର