ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ରବିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦେଶର ସର୍ବବୃହତ୍ତ ହସ୍‌ପିଟାଲର ଟ୍ରାମା ସେଣ୍ଟରରେ ନିଆଁ ଲାଗିଛି।

ସୂଚନା ପାଇ ଅଗ୍ନିଶମ ବିଭାଗର ୬ଟି ଦମକଳ ଗାଡ଼ି ପହଂଚିଛି। ରିପୋର୍ଟ ଲେଖାଯିବା ବେଳକୁ ନିଆଁ ଲିଭା କାମ ଜାରି ରହିଥିବା ବେଳେ ରୋଗୀଙ୍କ ସଂପର୍କୀୟ ଏବଂ ସାଧାରଣ ନାଗରିକମାନଙ୍କୁ ହସ୍‌ପିଟାଲ ପରିସର ଭିତରକୁ ବାହାରକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏମ୍ସର ତଳ ମହଲାରେ ନିଆଁ ଲାଗିଛି। ଏମ୍ସରେ ନିଆଁ ଲାଗିବା ଘଟଣା ଏହା ନୁହେଁ। ପୂର୍ବରୁ ମଧ୍ୟ ୨ ଥର ନିଆଁ ଲାଗିଥିଲା। ଗତ ବର୍ଷ ଅଗଷ୍ଟରେ ଏବଂ ୨୦୧୬ ଡିସେମ୍ବରରେ ଏମ୍ସରେ ନିଆଁ ଲାଗିଥିଲା। ମାତ୍ର ଦମକଳ ବାହିନୀ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିପାରିଥିଲା।

ସମ୍ବନ୍ଧିତ ଖବର