ଜନ୍ମଦିନରେ ଛୁରୀରେ ନୁହେଁ ଗୁଳିରେ କେକ୍‌ କାଟିଲେ ଯୁବକ,ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ମେରଠ : ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ଗୁଳି ଫୁଟାଇ କେକ୍‌ କାଟୁଥିବାର ଦେଖା ଯାଇଛି । ଏଭଳି ଅଜବ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ତାହା ଭାଇରାଲ ହୋଇଛି । ଘଟଣାଟି ଉତ୍ତରପ୍ରଦେଶର ମେରଠରେ ଘଟିଥିବା ଜଣାପଡ଼ିଛି । ଯେଉଁଠି ଜଣେ ଯୁବକ ନିଜର ଜନ୍ମଦିନ ପାଳନ କରିବା ପାଇଁ ନିଜ ସାଙ୍ଗ ସହ ରାସ୍ତା କଡ଼ରେ ପହଞ୍ଚିଥିଲେ । ରାସ୍ତା କଡ଼ରେ କେକ୍‌ ରଖିବା ସହ ଦୂରକୁ ଯାଇ କେକ୍‌କୁ ଲକ୍ଷ କରି ଗୁଳି ଫୁଟାଇଥିଲେ ।

ସେ ଦୁଇଟି ଗୁଳି ଚଳାଇଥିବା ବେଳେ ପ୍ରଥମ ଗୁଳିଟି କେକ୍‌ରେ ବାଜି ନ ଥିଲା । ଦ୍ୱିତୀୟ ଗୁଳିଟି କେକ୍‌ରେ ବାଜିବା ପରେ କେକ୍‌ଟି କଟିଥିଲା । ଭିଡିଓର ସମୟସୀମା ୧୫-୨୯ସେକେଣ୍ଡ ମଧ୍ୟରେ ଥିବା ବେଳେ ଏହାକୁ ଟିକ୍‌ ଟକ୍‌ ଆପ୍‌ ଦ୍ୱାରା ତିଆରି କରାଯାଇଥିବା ଦେଖା ଯାଇଛି । ଅନ୍ୟ ପକ୍ଷରେ ଭିଡିଓ ଭାଇରାଲ ହେବା ପରେ ପୁଲିସ ସୂଚନା ପାଇ ତଦନ୍ତ କରିଥିଲା । ଭିଡିଓ କରିଥିବା ଯୁବକଙ୍କ ଘର ମେରଠ ବୋଲି ଲେଖାଥିବା ବେଳେ ଭିଡିଓଟି ମେରଠର ନୁହେଁ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର