କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ୭ କୋଟି ଟଙ୍କା ସହାୟତା ଦେଲା ଗୁଗଲ୍‌

ନୂଆଦିଲ୍ଲୀ : କେରଳରେ ବନ୍ୟାର ତାଣ୍ଡବ ପରେ ଏବେ କେରଳକୁ ପୁଣି ଥରେ ପୂର୍ବ ପରି ଗଢ଼ିବା ପାଇଁ ଲାଗି ପଡ଼ିଛି ସାରା ଦେଶ । ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ସହାୟତା ରାଶି ଦାନ କରି ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିଛନ୍ତି । ପୂର୍ବରୁ ବଲିଉଡ୍‌ର ବଡ଼ ବଡ଼ କଳାକାର ସଲମାନ ଖାନ୍‌, ଶାହରୁଖ୍‌ ଖାନ୍‌, ଅକ୍ଷୟ କୁମାରଙ୍କ ଭଳି କଳାକାରଙ୍କ ନାଁ ଆସି ସାରିଥିବା ବେଳେ ଏବେ ଗୁଗଲ ଏବଂ ତା’ର କର୍ମଚାରୀମାନେ କେରଳକୁ ୭କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି ।

ଅଗଷ୍ଟ୮ରୁ କେରଳରେ ବର୍ଷାର ତାଣ୍ଡବ ଆରମ୍ଭ ହେବା ପରେ ପାଖାପାଖି ୪୦୦ ଲୋକ ମୃତ୍ୟୁବରଣ କରିଥିଲେ । ଖାଇବା ରହିବା ପାଇଁ କିଛି ନଥିବା ବେଳେ କେରଳର ଏହି ସମସ୍ୟାର ସମାଧାନ ପାଇଁ ଏବେ ସାରା ଦେଶ ଲାଗି ପଡ଼ିଛି । ବନ୍ୟାରେ ଲୋକମାନଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ଅସ୍ଥାୟୀ ଟେଣ୍ଟ ବାନ୍ଧି ରହିବାକୁ ପଡ଼ୁଥିବା ଦେଖା ଯାଇଛି । କେରଳରେ ଉପୁଜିଥିବା ଏଭଳି ପରିସ୍ଥିତିର ସାମ୍ନା ପାଇଁ କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ ସାରା ବିଶ୍ୱକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଯାହା ପାଇଁ ଏକ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲା ଯାଇଥିଲା।

ସମ୍ବନ୍ଧିତ ଖବର