ମମତାଙ୍କ ଉପରେ ରାଜ୍ୟପାଳ ଖପ୍ପା

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ରାଜ୍ୟପାଳ ପୁଣି ଖପ୍ପା। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ସ୍ଥିତିରେ ସୁଧାର ଆଣିବାକୁ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ଼। ରାଜ୍ୟପାଳ କହିଛନ୍ତି, ୩ ଦିନ ପୂର୍ବରୁ କେନ୍ଦ୍ରକୁ ସେନା ମାଗିଥିଲେ ପରିସ୍ଥିତିରେ ସୁଧାର ଆସି ସାରନ୍ତାଣି। ସେହି କାମ ତ ହେଲା, ହେଲେ ବିଳମ୍ବ କାହିଁକି? ଶନିବାର ଦିନ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ। ସେ କହିଥିଲେ, ୧୫ ଦିନ ପୂର୍ବରୁ ପାଣିପାଗ ସୂଚନା ପାଇବା ପରେ ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ହୋଇ ନଥିଲେ କାହିଁକି? ରାଜ୍ୟପାଳ ଆଜି ଟ୍ବିଟ୍‌ କରି କହିଛନ୍ତି, ରାଜ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ବାତ୍ୟାପୀଡ଼ିତମାନେ ଧୈର୍ଯ୍ୟ ଧରିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର