ଗୁଜୁରାଟରୁ ୩୫ ବର୍ଷ ହେବ କୌଣସି ମୁସଲମାନ୍‌ ବ୍ୟକ୍ତି ଲୋକସଭା ନିର୍ବାଚନରେ ବିଜୟୀ ହୋଇନାହାନ୍ତି

ଗାନ୍ଧୀନଗର:ଗୁଜୁରାଟରୁ ଗତ ୩୫ ବର୍ଷ ହେବ କୌଣସି ମୁସଲମାନ୍‌ ବ୍ୟକ୍ତି ଲୋକସଭା ନିର୍ବାଚନରେ ବିଜୟୀ ହୋଇନାହାନ୍ତି। ୧୯୮୪ ମସିହାରେ ଶେଷ ଥର ପାଇଁ ଗୁଜୁରାଟରେ ଯେଉଁ ମୁସଲମାନ୍‌ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ,ସେ ହେଲେ ଅହମ୍ମଦ ପଟେଲ୍‌। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସହାନୁଭୂତିର ଲହର ଯୋଗୁଁ ଅହମ୍ମଦ୍‌ ପଟେଲ୍‌ ଜିତିଥିଲେ। କିନ୍ତୁ ୧୯୮୯ ଲୋକସଭା ନିର୍ବାଚନରେ ସେ ବିଜେପିର ଚନ୍ଦୁ ଦେଶମୁଖଙ୍କଠାରୁ ପରାଜିତ ହୋଇଥିଲେ। ଏହାପରେ ଆଜି ଯାଏଁ କୌଣସି ମୁସଲମାନ୍‌ ପ୍ରାର୍ଥୀ ଲୋକସଭାକୁ ଗୁଜୁରାଟରୁ ନିର୍ବାଚିତ ହୋଇନାହାନ୍ତି।

ଗୁଜୁରାଟରେ ମୋଟ ଜନସଂଖ୍ୟାର ୯.୫ ପ୍ରତିଶତ ଲୋକ ହେଉଛନ୍ତି ମୁସଲମାନ। ୧୯୭୭ରେ ଦୁଇ ଜଣ ମୁସଲମାନ୍‌ ପ୍ରାର୍ଥୀ ଅହମ୍ମଦ୍‌ ପଟେଲ (ଉରୁଚ) ଓ ଏହସାନ୍‌ ଜାଫରି (ଅହମ୍ମଦବାଦ) ବିଜୟୀ ହୋଇଥିଲେ। ବିଜେପି କେବେ ବି ଗୁଜୁରାଟରୁ କୌଣସି ମୁସଲମାନ୍‌ ବ୍ୟକ୍ତିଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିନାହିଁ। ଅପରପକ୍ଷରେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଜଣେ ମୁସଲମାନ୍‌ ପ୍ରାର୍ଥୀ ଅହମ୍ମଦ୍‌ ପଟେଲଙ୍କୁ ଉରୁଚରୁ ଟିକେଟ୍‌ ଦେଇଛି।

ସମ୍ବନ୍ଧିତ ଖବର