ହମାରା ସିଦ୍ଧୁ କାହାଁ ହେ: କର୍ତ୍ତାରପୁର ଉଦଘାଟନ ସମୟରେ ଏଭଳି କହି ସିଦ୍ଧୁଙ୍କୁ ଖୋଜିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ସେ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ହମାରା ସିଦ୍ଧୁ କହି ତାଙ୍କ କଥା ପଚାରୁଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ନଭେମ୍ବର ୯ରେ କର୍ତ୍ତାରପୁର କରିଡରର ଉଦଘାଟନ ଥିବା ‌ବେଳେ ନିଜର ଅଧିକାରୀମାନଙ୍କ ସହ ସେଠାରେ ପହଞ୍ଚିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ। ସେଠାରେ ପହଞ୍ଚିବା ମାତ୍ରେ ହମାରା ସିଦ୍ଧୁ କାହାଁ ହେ ପଚାରିଥିଲେ ବୋଲି ଭିଡିଓରେ ଦେଖାଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି, ପାକ୍ ପ୍ରଧାନମନ୍ତ୍ରୀ ନିଜର ଅନ୍ୟ କିଛି ଅଧିକାରୀଙ୍କ ସହ ଠିଆ ହୋଇଥିବା ବେଳେ ହଠାତ୍ ପଚାରୁଛନ୍ତି, ଆଚ୍ଛା ହମାରା ୱ ସିଦ୍ଧୁ କିଧର ହେ, ମେଁ କେହ୍ ରହା ହୁଁ ହମାରା ସିଦ୍ଧୁ କିଧର ହେ। ତାଙ୍କଠାରୁ ଏଭଳି କଥା ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗୁଛନ୍ତି। ଭିଡିଓଟି ଟୁଇଟରରେ ସେୟାର କରାଯିବା ପରେ, ତାହା ଭାଇରାଲ ହେବାରେ ଲାଗିଛି। ପ୍ରାୟ ୨୧,୦୦୦ଲୋକେ ଏହାକୁ ଦେଖି ସାରିଥିବା ବେଳେ କିଛି ତାଙ୍କର ଏଭଳି କଥାକୁ ପରିହାସ କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର