ବିଦା ହେବେ ରୋହିଙ୍ଗ୍ୟା ଶରଣାର୍ଥୀ, ସବୁ ରାଜ୍ୟକୁ ତଥ୍ୟ ମାଗିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଥିବା ସମସ୍ତ ରୋହିଙ୍ଗ୍ୟାଙ୍କୁ ଅନୁପ୍ରବେଶକାରୀ ଭାବେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ପୁନଃ ମ୍ୟାମାର୍‌ ପଠାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରୋହିଙ୍ଗ୍ୟାଙ୍କ ବାବଦରେ ସମସ୍ତ ରାଜ୍ୟଙ୍କୁ ସବିଶେଷ ତଥ୍ୟ ମଗାଯାଇଛି ଏବଂ ଏହି ବେଆଇନ ଶରଣାର୍ଥୀମାନଙ୍କୁ ଦେଶରେ ଅଧିକ ସମୟ ରହିବାକୁ ଦିଆଯିବ ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି। ବିରୋଧୀ ଦଳମାନେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବେ ଗ୍ରହଣ କରିବା ଉଚିତ ନୁହେଁ ଏବଂ ଦେଶର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ଉଚିତ ବୋଲି ରାଜନାଥ କହିଛନ୍ତି। ରାଜ୍ୟମାନେ ରୋହିଙ୍ଗ୍ୟା ବାବଦରେ ଅତ୍ୟନ୍ତ ସତର୍କତାର ସହିତ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ଭା‌ରତରେ ବେଆଇନ ଭାବେ ରହିଥିବା ସମସ୍ତ ରୋହିଙ୍ଗ୍ୟାଙ୍କୁ ଫେରାଇ ନେବାକୁ ମ୍ୟାମାର୍‌ ରାଜି ହୋଇଥିବା ବେଳେ ଦେଶରେ କେତେକ ଗୋଷ୍ଠୀ ଏହାକୁ ବିରୋଧ କରିବା ବିସ୍ମୟକର ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର