କାକିନଡ଼ାରେ ବିଜେପି ନେତାଙ୍କୁ ଧମକାଇଲେ ଚନ୍ଦ୍ରବାବୁ ନାଇଡୁ: ବଦମାସି କଲେ, ଖତମ୍‌ କରି ଦିଆଯିବ

ଅମରାବତି: କାକିନଡ଼ା ଠାରେ ତାଙ୍କ ଗାଡ଼ି ଅଟକାଇବାରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭାରତୀୟ ଜନତା ପାର୍ଟିର ନେତାମାନଙ୍କୁ ଧମକ ଦେଇଛନ୍ତି।

ସେ କହିଲେ: ତୁମେ ଯଦି ବଦମାସି କରିବ, ଖତମ୍‌ ହେଇଯିବ। ତୁମେ ଯଦି ପଦାକୁ ଆସ ଓ ତାଙ୍କ (ମୋଦି) ନାଁ ଧର ଜନସାଧାରଣ ତୁମକୁ ଛାଡ଼ିବେ ନାହିଁ। ହୁସିଆର୍‌। ଆନ୍ଧ୍ରରେ ମୋଦିଙ୍କୁ ସମର୍ଥନ କରୁଥିବା ବିଜେପି ନେତାମାନେ ଲଜ୍ଜାବୋଧ କରିବା କଥା।

ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନାଇଡୁ କାକିନାଡ଼ାରେ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏଭଳି ଘଟନା ଘଟିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କର କନ୍‌ଭୟକୁ ଅଟକା ଯାଇଥିଲା।

ଘଟନା ପରେ ପୁଲିସ ବିଜେପି ଜିଲ୍ଲା ଅଧ୍ୟକ୍ଷ ମାଲକୋଣ୍ଡାୟାଙ୍କୁ ଗିରଫ କରିଛି।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ କେନ୍ଦ୍ର ସରକାର ମନା କରି ଦେବାରୁ ମାର୍ଚ ୨୦୧୮ରେ ଏନ୍‌ଡିଏ ଠାରୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି ପୃଥକ୍‌ ହୋଇ ଯାଇଥିଲା। ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ତାଙ୍କ ଦଳ ବିଜେପି ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା।

ସମ୍ବନ୍ଧିତ ଖବର