ଭାରତ ବିଶ୍ୱର ପ୍ରମୁଖ ଶକ୍ତି ହେବାକୁ ଯାଉଛି : ପୂର୍ବତନ ଆମେରିକୀୟ କୂଟନିତିଜ୍ଞ

ନୂଆଦିଲ୍ଲୀ: ଜଣେ ପୂର୍ବତନ ଆମେରିକୀୟ କୂଟନିତିଜ୍ଞ ଏପରି ଏକ କଥା କହିଛନ୍ତି ଯାହା ପାକିସ୍ତାନକୁ ଚିଡ଼େଇବା ପାଇଁ ଯଥେଷ୍ଟ । କାରଣ ଭାରତକୁ ପ୍ରସଂଶା କଲେ ପାକିସ୍ତାନକୁ ଭଲଲାଗେ ନାହିଁ । ପାକିସ୍ତାନକୁ ଆମେରିକା ନିନ୍ଦା କଲେ ବା ଧମକ ଦେଲେ ତାହା ପଛରେ ମୋଦିଙ୍କ ହାତ ରହିଛି ବୋଲି ପାକିସ୍ତାନ ଦେଖେ ।

ଆମେରିକାର ଜଣେ ପୂର୍ବତନ କୂଟନିତିଜ୍ଞ ଆଲିସା ଆଇରିସ୍‌ କହିଛନ୍ତି ଯେ ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତିରେ ପରିଣତ ହେବାକୁ ଯାଉଛି । କିନ୍ତୁ ଭାରତ ନିଜେ ନିଜ ବଳରେ ଉପରକୁ ଉଠୁଛି, ଏଥିପାଇଁ କାହାରିକୁ ପଦଚ୍ୟୁତ କରୁନାହିଁ । ବିଶ୍ୱର ପ୍ରମୁଖ ଶକ୍ତିମାନଙ୍କ ମଧ୍ୟରେ ଭାରତ ନିଜର ଏକ ସ୍ଥାନ ତିଆରି କରିବାରେ ସକ୍ଷମ ହୋଇଛି ।

ଏକ ଆମେରିକୀୟ ଚିନ୍ତନ ଗୋଷ୍ଠୀ- କାଉନସିଲ ଅନ ଫରେନ ରିଲେସନ୍ସର ସଦସ୍ୟ ଥିବା ଆଲିସା ନିଜର ଏକ ପୁସ୍ତକ ଆଓ୍ଵାର ଟାଇମ ହାଜ୍‌ କମ୍‌, ହାଓ ଇଣ୍ଡିଆ ଇଜ୍‌ ମେକିଙ୍ଗ ଇଟ୍ସ ପ୍ଲେସ ନି ଦ ଓ୍ଵାର୍ଲଡ ( ଆମ ସମୟ ଆସିଛି: କିପରି ଭାରତ ବିଶ୍ୱରେ ନିଜ ସ୍ଥାନ ହାସଲ କରୁଛି )ରେ ଏ ସଂପର୍କରେ ଲେଖିଛନ୍ତି ।

ସେ କହିଛନ୍ତି ଗତ ୨୫ ବର୍ଷ ମଧ୍ୟରେ ଭାରତର ପ୍ରଗତି ତ୍ୱରାନ୍ଵିତ ହୋଇଛି । ଭାରତ ସହ ଆମେରିକାର ସମ୍ପର୍କ ମଧ୍ୟ ସ୍ୱତନ୍ତ୍ର । କାରଣ ଭାରତ ଆମେରିକା ସହିତ ଆର୍ଥିକ ଓ ସାମରିକ ସଂପର୍କ ରଖିଥିଲେ ମଧ୍ୟ ସେଥିପାଇଁ କୌଣସି ସର୍ତ୍ତ ତାଉପରେ ଆରୋପ କରାଯାଇନାହିଁ ।

ସମ୍ବନ୍ଧିତ ଖବର