ଉପଗ୍ରହ ବିଧ୍ୱଂସୀ କ୍ଷେପଣାସ୍ତ୍ର ପରୀକ୍ଷା : ନାସାର ଆଶଙ୍କା ଅମୂଳକ ବୋଲି କହିଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୨୭ରେ ଭାରତ କରିଥିବା ଉପଗ୍ରହ ବିଧ୍ୱଂସୀ କ୍ଷେପଣାସ୍ତ୍ର ( ଏସାଟ୍‌)କୁ ସମଗ୍ର ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଏଥିରୁ ସୃଷ୍ଟି ହୋଇଥିବା ଧ୍ୱଂସାବଶେଷକୁ ନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଚିନ୍ତା ପ୍ରକଟ କରିବା ପରେ ତାହାର ଜବାବ ଦେଇଛନ୍ତି ଭାରତୀୟ ବୈଜ୍ଞାନିକ । ଡିଆରଡିଓର ପୂର୍ବତନ ମୁଖ୍ୟ ଭି.କେ. ସାରସ୍ୱତ କହିଛନ୍ତି ଯେ ନାସାର ଏପରି ଆଶଙ୍କା ଆମୂଳକ । କାରଣ କୌଣସି ଶକ୍ତି ନଥାଇ ଏସବୁ ଖଣ୍ଡବିଖଣ୍ଡିତ ସାମଗ୍ରୀଗୁଡ଼ିକ ମହାକାଶରେ ବେଶୀ ଦିନ ରହିପାରିବ ନାହିଁ ।

ଏଗୁଡ଼ିକ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ । ଏଣୁ ଏହା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ରହିବା କଥା ଅମୂଳକ । ଆହୁରି ମଧ୍ୟ ସେ କହିଛନ୍ତି ଏବେ ବି ମହାକାଶରେ ଲକ୍ଷ ଲକ୍ଷ ଆବର୍ଜନା ଝୁଲି ରହିଛି । ସେଗୁଡ଼ିକରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି କଣ ବିପଦ ସୃଷ୍ଟି ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର