ପାକିସ୍ତାନ ଆଣୁଛି ଚୀନର ଅତ୍ୟାଧୁନିକ ଭିଟି-୪ ଟ୍ୟାଙ୍କ୍‌, ତାକୁ ଧ୍ୱଂସ କରିବାକୁ ଭାରତ କିଣୁଛି ସ୍ପାଇକ୍‌ ମିସାଇଲ୍‌

ନୂଆଦିଲ୍ଲୀ: ଭାରତକୁ ଦବାଇବା ପାଇଁ ଚୀନ ପାକିସ୍ତାନକୁ ସବୁ ପ୍ରକାରର ସାମରିକ ସହାୟତା ପ୍ରଦାନ ଅବ୍ୟାହତ ରଖିଛି । ଗତ ସପ୍ତାହରେ ଚୀନ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ଭିଟି-୪ ଯୁଦ୍ଧ ଟ୍ୟାଙ୍କ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ୟାଙ୍କର ବିଶେଷତ୍ୱ ହେଉଛି ଯେ ଏହାକୁ ଦୂର୍ଗମ ସ୍ଥାନରେ ମୃତୟନ କରାଯାଇପାରିବ ଓ ଏହା ରାତିଅନ୍ଧାରରେ ପ୍ରବଳ ବେଗରେ ଆକ୍ରମଣ କରିପାରିବ । ଖୁବଶୀଘ୍ର ପାକିସ୍ତାନକୁ ଏହି ଟ୍ୟାଙ୍କର ଡେଲିଭରୀ ଆରମ୍ଭ କରିବ ଚୀନ । ମୁଖ୍ୟତଃ ଭାରତକୁ ଟାର୍ଗେଟ କରିବାକୁ ପାକିସ୍ତାନ ଏହି ଟ୍ୟାଙ୍କ ଆଣୁଛି ।

କିନ୍ତୁ ପାକିସ୍ତାନରେ ଏହି ଟ୍ୟାଙ୍କ ପହଞ୍ଚିବା ପୂର୍ବରୁ ଭାରତ ତାହାର ଜବାବ ପ୍ରସ୍ତୁତ କରି ରଖିଛି । ମିଳିଥିବା ସୂଚନା ଅନୁସାରେ ଭାରତ ଇସ୍ରାଏଲରୁ ସ୍ପାଇକ୍‌ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଖରିଦ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ । ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ଏକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ । ଏହାର ମାରକ କ୍ଷମତା ସର୍ବାଧିକ ୨୫ କିଲୋମିଟର । ଏହାକୁ ଜଣେ ସୈନିକ କାନ୍ଧରେ ବୋହି ଫାୟାର କରିପାରିବ । ବିଶ୍ୱର ସବୁପ୍ରକାରର ଅତ୍ୟାଧୁନିକ ଟ୍ୟାଙ୍କକୁ ଧ୍ୱଂସ କରିବାକୁ ଏହା ସକ୍ଷମ । ବିଶ୍ୱର ଅଳ୍ପ କେତେକ ଦେଶକୁ ହିଁ ଇସ୍ରାଏଲ ଏହି ମିସାଇଲ ହସ୍ତାନ୍ତର କରିଛି । ଭାରତୀୟ ସେନା ପାଖକୁ ଆସିଲେ ଏହା ପାକିସ୍ତାନୀ ଟ୍ୟାଙ୍କ ବାହିନୀ ପାଇଁ ଘାତକ ସାବ୍ୟସ୍ତ ହେବ ।

ସମ୍ବନ୍ଧିତ ଖବର