ଭାରତୀୟ ବାୟୁସେନାରେ ସାମିଲ ହେବ ୧୦୦ ଲଢ଼ୁଆ ବିମାନ; ଖର୍ଚ୍ଚହେବ ୧.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା ବଢ଼ାଇବା ପାଇଁ ବାୟୁସେନା ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏହିକ୍ରମରେ ୧.୨୫ ଲକ୍ଷ କୋଟି ବିନିମୟରେ ୧୦୦ଟି ଲଢ଼ୁଆ ବିମାନ କିଣି ସେସବୁକୁ ବାୟୁସେନାରେ ମୁତୟନ କରିବା ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଚେନ୍ନାଇ ଠାରେ ଆସନ୍ତା ଅପ୍ରେଲ ୧୧ ତାରିଖରେ ଆୟୋଜିତ ହେବାକୁ ଥିବା ସାମରିକ ପ୍ରଦର୍ଶନୀ (ଡିଫେଏକ୍ସପୋ-୨୦୧୮) ପୂର୍ବରୁ ଏହି ୧୦୦ଟି ଲଢ଼ୁଆ ବିମାନର କ୍ରୟ ପ୍ରକ୍ରିୟା ଶେଷ କରି ତାହାକୁ ବାୟୁସେନାରେ ସାମିଲ କରିବା ପାଇଁ ଯୋଜନା ରଖିଛି ଭାରତ।

ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା, ସ୍ୱିଡେନ୍‌, ଫ୍ରାନ୍ସ ଓ ୟୁରୋପ ପ୍ରଭୃତି ଦେଶରେ ରହିଥିବା ବିଶ୍ୱସ୍ତରୀୟ ଲଢ଼ୁଆ ବିମାନ ନିର୍ମାଣକାରୀ କମ୍ପାନିମାନଙ୍କ ଠାରୁ ଟେଣ୍ଡର ଆହ୍ଵାନ କରାଯାଇ ସାରିଥିବା ଜାଣିବାକୁ ମିଳିଛି। ସାଂପ୍ରତିକ ପରିସ୍ଥିତକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନାରେ ଆଉ ଅଧିକ ସଂଖ୍ୟାରେ ନୂତନ ଲଢ଼ୁଆ ବିମାନ ସାମିଲ କରିବାର ଆବଶ୍ୟକତା ରହିଛି। ଏବଂ ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ପାଇଁ ରହିଥିବା ଆବଶ୍ୟତାକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରାଯିବା ଦରକାର ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସରକାରଙ୍କୁ ଜଣାଇ ଦିଆଯିବା ପରେ ସରକାରଙ୍କ ପକ୍ଷରୁ ଏବେ ୧.୨୫ ଲକ୍ଷ କୋଟି ବିନିମୟରେ ୧୦୦ଟି ଲଢ଼ୁଆ ବିମାନ କିଣି ସେସବୁକୁ ବାୟୁସେନାରେ ମୁତୟନ କରିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର