ଏକେ ୪୭ ରାଇଫଲ୍‌ ସହ ଜମ୍ମୁ-କଶ୍ମୀରରୁ ନିଖୋଜ ଏସ୍‌ପିଓ ଇର୍‌ଫାନ୍‌ ଅହମ୍ମଦ ଡର୍‌ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗ ଦେଲେ

ଶ୍ରୀନଗର: ଜମ୍ମୁ- କଶ୍ମିରରୁ ଏକ ଏକେ୪୭ ରାଇଫଲ୍‌ ସହ ଗତ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିବା ସ୍ପେଶାଲ ପୁଲିସ୍‌ ଅଫିସର (ଏସ୍‌ପିଓ) ଇର୍‌ଫାନ୍‌ ଅହମ୍ମଦ ଡର୍‌ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ବୁଧବାର ଦିନ ଯୋଗ ଦେଇଛନ୍ତି ବୋଲି ସଂପୃକ୍ତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଦାବି କରିଛି।


ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ପ୍ରବକ୍ତା ମୁଜାହିଦ୍ଦିନ୍‌ ବୁର୍‌ହାନ୍‌-ଉ-ଦିନ୍‌ ଏକ ଟେଲିଫୋନ୍‌ ବାର୍ତ୍ତାରେ କହିଛି, ‘ନିଜର ଏକ ଏକେ୪୭ ରାଇଫଲ୍‌ ସହ ଗତ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିବା ଦକ୍ଷିଣ କଶ୍ମିର ପୁଲ୍‌ଓ୍ଵାମା ଜିଲ୍ଲାର ଏସ୍‌ପିଓ ଇର୍‌ଫାନ୍‌ ଅହମ୍ମଦ ଡର୍‌, ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଜଣେ କ୍ୟାଡର୍‌ ଭାବେ ଯୋଗ ଦେଇଛି।’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନିଜର ଏକ ଏକେ୪୭ ରାଇଫଲ୍‌ ସହ ଗତ ମଙ୍ଗଳବାର ସନ୍ଧ୍ୟାରୁ ସ୍ପେଶାଲ ପୁଲିସ୍‌ ଅଫିସର (ଏସ୍‌ପିଓ) ଇର୍‌ଫାନ୍‌ ଅହମ୍ମଦ ଡର୍‌ ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ତାଙ୍କୁ ଖୋଜି ବାହାର କରିବା ପାଇଁ ଜମ୍ମୁ- କଶ୍ମିର ପୁଲିସ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର