ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏମିତି ଏକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଲୋକମୂଳ ଟାଙ୍କୁରି ଉଠିବ। ଜଣେ ବାଇକ ଚାଳକ ବାଇକ୍ ଚଳାଇ ଯାଉଥିବା ସମୟରେ ସେ କ’ଣ ଭାବି ଥିଲେ ତାଙ୍କ ସହିତ ଏମିତି ଘଟଣା ଘଟିବ ବୋଲି। ପ୍ରତିଦିନ ଭଳି ସେ ବାଇକ୍ ଧରି ରାସ୍ତାରେ ଯାଉଥିବା ସମୟରେ ହଠାତ ତାଙ୍କ ଉପରକୁ ଏକ ଲୁହାର ଫ୍ରେମରେ ଆସି ପଡ଼ିଥିଲା। ବାଇକ୍ ଚାଳକ ଲୁହା ଫ୍ରେମ ସହିତ ଚଟାଣରେ ପଡ଼ି ଯାଇଥିଲେ। ସ୍ଥାନୀୟଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ପୁଲିସ ଲୁହାର ଫ୍ରେମ୍ ପଡ଼ିଥିବା କୋଠା ମାଲିକା ବିରୋଧରେ ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବେଙ୍ଗାଲୁରୁର ସଙ୍କଲପେଟ ଅଞ୍ଚଳରେ ବାଇକ୍ ଚାଳକ ଚନ୍ଦନ ଯାଉଥିବା ସମୟରେ ହଠାତ୍ ଏକ ନିର୍ମାଣଧୀନ କୋଠର ଚତୁର୍ଥ ମହଲାରୁ ଲୁହାର ଫ୍ରେମ ଆସି ପଡ଼ିଥିଲା। ଫ୍ରେମ୍ ପଡ଼ିବାର ସଙ୍ଗେସଙ୍ଗେ ଚନ୍ଦନ ଚାଳନା ଉପରୁ ନିୟନ୍ତ୍ରଣ ହରାଇ ସଡ଼କରେ ଯାଇ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତଲୋକେ ଚନ୍ଦନକୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇ ଚାଲି ଯାଇଥିଲେ। ଏବେ ତାଙ୍କ ଶରୀରାବସ୍ଥାସ୍ଥିର ଅଛି ବୋଲି ଡାକ୍ତର କହିଛନ୍ତି। ଏହି ଘଟଣାଟି ୨୦ଦିନ ପୁରୁଣା କିନ୍ତୁ ସିସିଟିଭି ଫୁଟେଜରୁ ଏବେ ସାମ୍ନାକୁ ଆସିଛି।