ଚୀନ୍‌ରେ ଛପାଯାଉଛି ଭାରତୀୟ ଟଙ୍କା ? ଦେଶର ସୁରକ୍ଷା ପାଇଁ ବିପଦ ହେବ ନାହିଁ ତ !

ନୂଆଦିଲ୍ଲୀ: ଭାରତ ଚୀନ ମଧ୍ୟରେ  ୧୯୬୨ ମସିହା ପରଠାରୁ ବିବାଦ ଲାଗି ରହିଛିି। ବିଶେଷ କରି ହିନ୍ଦୁ-ଚୀନ ଭାଇ ଭାଇ କହିବା ପରେ ଚୀନ ଭାରତ ଆକ୍ରମଣ କରିବା ଘଟଣା ନେଇ ଏ ପର୍ଯ୍ୟନ୍ତ ଚୀନ-ଭାରତ ସମ୍ପର୍କରେ ସୁଧାର ଆସି ପାରି ନାର୍ହି। ଉଭୟ ଦେଶର ଶୀର୍ଷ ନେତା ବର୍ଷକୁ ୩ ଥର ଭେଟୁଥିଲେ ମଧ୍ୟ ଉଭୟ ଦେଶ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ତେବେ ଏବେ ଚୀନ୍‌ର ଆର୍ନ୍ତଜାତିକ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର  ଭାରତୀୟମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି।

‘ଦି ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ରିପୋର୍ଟରେ କୁହାଯାଇ ଯେ ଚୀନର ବିଭିନ୍ନ ଟଙ୍କା ଛପାଖାନାରେ ଗତ କିଛିଦିନ ହେବ ବିପୁଳ ପରିମାଣର ବିଦେଶୀ ଟଙ୍କା  ଛପା ଯାଉଛି। ଚାଇନା ବ୍ୟାଙ୍କନୋଟ୍‌ ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରସନର ଅଧ୍ୟକ୍ଷ ଲୁଇ ଗୁଇସେଙ୍ଗଙ୍କ ଏକ ଆଲେଖକୁ ଭିତ୍ତି କରି ‘ଦି ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ ରିପୋର୍ଟ କରିଛି ଯେ , ଚୀନ ସରକାର  ଭାରତ ସମେତ ବିଭିନ୍ନ ବିଦେଶୀ ରାଷ୍ଟ୍ର ଟଙ୍କା ଛପାଇବା ପାଇଁ  ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ  ବିଭିନ୍ନ ଟଙ୍କା ଛପା କାରଖାନାରେ କାର୍ଯ୍ୟଭାର  ଖୁବ୍‌ ବଢ଼ି ଯାଇଛି। ବିଶେଷକରି ୨୦୧୩ର  ବେଲ୍ଟ ଆଣ୍ଡ ରୋଡ୍‌ ପ୍ଲାନ୍‌ ପରେ ଚୀନ୍‌ରେ ଟଙ୍କା ଛପାଇବା ପାଇଁ ଚୀନ ସରକାର  ସଫଳତାର ସହିତ ଅନ୍ୟ ଦେଶକୁ  ମନାଇପାରିଛନ୍ତି ଓ ଏଥିପାଇଁ ଚୁକ୍ତି ମଧ୍ୟ କରିଛନ୍ତି। ଏଥିରେ ଥାଇଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ, ଭାରତ, ବ୍ରାଜିଲ ଓ ପୋଲାଣ୍ଡ ପରି ଦେଶ ଥିବା ରିପୋର୍ଟରେ କୁହାଯାଇଛି। ଆଉ ଏହି ରିପୋର୍ଟକୁ ଆଧାର କରି କଂଗ୍ରେସ ନେତା ତଥା ସାଂସଦ ଶଶୀ ଥରୁର ଟ୍ଵିଟ୍‌ ଜରିଆରେ ଚିନ୍ତାବ୍ୟକ୍ତ କରିଛନ୍ତି। ଥରୁର କହିଛନ୍ତି, ଏହା ସତ ହୋଇଥିଲେ  ସାଂଘାତିକ। ଏହା ଦେଶର ସୁରକ୍ଷା ପ୍ରତି ବିପଦ ସ୍‌ଷ୍ଟି କରିବ।


ବିଶେଷ କରି ଜାତୀୟ ସୁରକ୍ଷା ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ଶ୍ରୀ ଥରୁର କହିଛନ୍ତି। ତେବେ ଏ ନେଇ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଜାରି କରାଯାଇ ନାହିଁ।

ସମ୍ବନ୍ଧିତ ଖବର