ମୁମ୍ବାଇ: ନିଜ ବାନ୍ଧବୀ ସହ ସହବାସ କାଳରେ ମାତ୍ରାଧିକ ଉତ୍ତେଜିତ ହୋଇପଡ଼ି ଜନୈକ ଇସ୍ରାଏଲୀ ଯୁବକ ବାନ୍ଧବୀଙ୍କର ବେକ ଓ ମୁହଁ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରି ତାଙ୍କୁ ଅଣନିଃଶ୍ୱାସୀ କରି ମାରି ଦେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ସଂପୃକ୍ତ ଯୁବକଙ୍କ ବିରୋଧରେ ଆଜି ଏକ ମାମଲା ଆଗତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ପୁଲିସ୍ ସୂତ୍ରରୁ ପ୍ରକାଶ, ଇସ୍ରାଏଲର ୨୩ ବର୍ଷ ବୟସ୍କ ଓରିରୋନ୍ ୟାକୋଭ ଓ ତାଙ୍କର ୨୦ ବର୍ଷ ବୟସ୍କା ଇସ୍ରାଏଲୀ ବାନ୍ଧବୀ ଗତ ବର୍ଷ ଏକ ପର୍ଯ୍ୟଟକ ଭିସା ନେଇ ଭାରତ ଆସିଥିଲେ। ଭାରତର ବିଭିନ୍ନ ସ୍ଥାନ ବୁଲିସାରିବା ପରେ ସେମାନେ ଗତ ବର୍ଷ ମାର୍ଚ୍ଚ ମାସରେ ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳରେ ଥିବା ଏକ ହୋଟେଲରେ ଅବସ୍ଥାନ କରିଥିଲେ।
ହୋଟେଲରେ ଅବସ୍ଥାନ କାଳରେ ଦିନେ ରାତିରେ ୟାକୋଭ ତାଙ୍କ ବାନ୍ଧବୀଙ୍କ ସହ ଯୌନ କ୍ରିୟାରେ ଲିପ୍ତ ଥିବା କାଳରେ ମାତ୍ରାଧିକ ଉତ୍ତେଜିତ ହୋଇପଡ଼ି ବାନ୍ଧବୀଙ୍କର ବେକ ଓ ମୁହଁ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରି ତାଙ୍କୁ ଅଣନିଃଶ୍ୱାସୀ କରିପକାଇ ଥିଲେ। ସେତେବେଳେ ସେ ତାଙ୍କ ବାନ୍ଧବୀଙ୍କର କୌଣସି ପ୍ରକାରର ପ୍ରତିରୋଧକୁ ଶୁଣିବା ସ୍ଥିତିରେ ନଥିଲେ। ଫଳରେ ଯୁବତୀ ଜଣଙ୍କ ଚେତାହରାଇ ନିସ୍ତେଜ୍ ହୋଇ ପଡ଼ିଯାଇଥିଲେ। ପରେ ୟାକୋଭ ହୋଟେଲ କର୍ମଚାରୀଙ୍କ ସହୟତାରେ ତାଙ୍କ ବାନ୍ଧବୀଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। ହେଲେ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ପରେ ଯୁବତୀ ଜଣଙ୍କର ପରିବାର ବର୍ଗ ଭାରତ ଆସି ଯୁବତୀଙ୍କର ମୃତଦେହକୁ ଇସ୍ରାଏଲ ନେଇ ଯାଇଥିଲେ ଏବଂ ୟାକୋଭ ମଧ୍ୟ ଇସ୍ରାଏଲ୍ ଫେରି ଯାଇଥିଲେ।
କିନ୍ତୁ, ମୁମ୍ବାଇ ପୁଲିସ୍ ଏହି ଘଟଣାରେ ଏକ ଦୁର୍ଘଟଣାଜନିତ ମୁତ୍ୟୁ ମାମଲା ଆଗତ କରି ତଦନ୍ତ ଚଳାଇଥିଲା। ଏବେ, ମୁମ୍ବାଇ ପୁଲିସ୍କୁ ସଂପୃକ୍ତ ଇସ୍ରାଏଲୀ ଯୁବତୀଙ୍କ ଫୋରେନ୍ସିକ୍ ପରୀକ୍ଷା ରିପୋର୍ଟ ମିଳିଛି। ଫୋରେନ୍ସିକ୍ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଯୁବତୀଙ୍କ ମୁତ୍ୟୁର କାରଣ ହେଉଛି; ଯୌନକ୍ରିୟା କାଳରେ ମାତ୍ରାଧିକ ଉତ୍ତେଜିତ ହୋଇପଡ଼ି ବେକ ଓ ମୁହଁ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରି ଅଣନିଃଶ୍ୱାସୀ କରିପକାଇବା! ଏହି ରିପୋର୍ଟ ମିଳିବା ପରେ ପୁଲିସ୍ ଏବେ ୟାକୋଭଙ୍କ ବିରୋଧ ଏକ ହତ୍ୟା ମାମଲା ରୁଜ୍ଜୁ କରି ତାଙ୍କୁ ସମନ୍ କରିଛି।