ଭାଜପାରେ ଯୋଗ ଦେଲେ ବଲିଉଡ୍ ଅଭିନେତ୍ରୀ ଜୟପ୍ରଦା, ରାମପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ!

ନୂଆଦିଲ୍ଲୀ : ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଜୟପ୍ରଦା ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି।। ସେ  ନୂଆଦିଲ୍ଲୀଠାରେ  ଦଳ.ରେ ସାମିଲ ହୋଇଛନ୍ତି।ମିଳିଥିବା ଖବର ଅନୁଯାୟୀ ଜୟା ବିଜେପି ପ୍ରାର୍ଥୀ ଭାବେ ଉତ୍ତରପ୍ରଦେଶର ରାମପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ। ସପା ନେତା ଆଜମ ଖାନଙ୍କ ସହ ତାଙ୍କର କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି।

photo-navbharattimes

ସପା ନେତା ଆଜମ ଖାନଙ୍କ ବିରୋଧରେ ଜୟା ଗୁରୁତର ଅଭିଯୋଗ ଆଣିଥିଲେ। ଆଜମ ତାଙ୍କ ଉପରକୁ ଏସିଡ୍ ଆକ୍ରମଣ ଉଦ୍ୟମ କରିଥିଲେ ବୋଲି ଜୟା ଅଭିଯୋଗ କରିଥିଲେ। ଏହି ଦୁଇ ନେତା ୨୦୦୯ରେ ସମାଜବାଦୀ ପାର୍ଟିରେ ରହିଥିଲେ। ଏହି ଲୋକପ୍ରିୟ ଅଭିନେତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି (ତେଲୁଗୁ ଦେଶମ୍ ପାର୍ଟି) ଦଳରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ବିବାଦ ହେବାପରେ ସେ ଟିଡିପି ଛାଡ଼ି ସପାରେ ଯୋଗ ଦେଇଥିଲେ ଏବଂ ୨୦୦୪-୦୯ ମଧ୍ୟରେ ରାମପୁରରୁ ସାଂସଦ ହୋଇଥିଲେ। ୨୦୧୦ରେ ସପାରୁ ବାହାରିଯିବା ପରେ ସେ ଅମର ସିଂହଙ୍କ ସହ ରାଷ୍ଟ୍ରୀୟ ଲୋକ ମଞ୍ଚ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର