ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ, ରାଷ୍ଟ୍ରୀୟ ସଭାପତି ପଦ ବଜାୟ ରଖିଲେ ଅମିତ ଶାହା

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ମନୋନୀତ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସଭାପତି ପଦରେ ବଜାୟ ରହିବେ । ଆଜି ବିଜେପି ମୁଖ୍ୟାଳୟଠାରେ ବସିଥିବା ବିଜେପି ସଂସଦୀୟ ବୋର୍ଡ ବୈଠକପରେ ଏହି ଘୋଷଣା କରାଯାଇଛି । ଅମିତ ଶାହା ବର୍ତ୍ତମାନ ପାଇଁ ଦଳର ସଭାପତି ରହିଥିଲେ ମଧ୍ୟ ଦଳର ନିତିଦିନିଆ କାର୍ଯ୍ୟ ନଡ୍ଡା ଦେଖିବେ । କେତେକ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମିତ ଶାହା ଚଳିତ ବର୍ଷ ହେବାକୁ ଥିବା ୩ ରାଜ୍ୟର ବିଧାନସଭା ନିର୍ବାଚନ ପରେ ପଦ ଛାଡିପାରନ୍ତି । ଏହା ପରେ ନଡ୍ଡା ଦଳର ମଙ୍ଗ ଧରିବେ ।

ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ୩ଟି ରାଜ୍ୟରେ ଏବେ ବିଜେପି ସରକାର ଅଛି । ଏଣୁ ବିଜେପି ସେଠାକାର କ୍ଷମତା ବଜାୟ ରଖିବାକୁ ଚାହୁଁଛି । ଏଥିପାଇଁ କୌଣସି ନୂଆ ନେତାଙ୍କ ହାତରେ ସଭାପତି ଦାୟିତ୍ୱ ନଦେଇ ଅଭିଜ୍ଞ ଅମିତ ଶାହାଙ୍କୁ ରଖିବାକୁ ଚାହୁଁଛି । ଗତ ୩୦ ତାରିଖରେ ଅମିତ ଶାହା ଗୃହମନ୍ତ୍ରୀଭାବେ ଶପଥ ନେବା ପରେ ଅଟକଳ କରାଯାଉଥିଲା ଯେ ଜେପି ନଡ୍ଡା ଦଳର ସଭାପତି ହୋଇପାରନ୍ତି ।

ସମ୍ବନ୍ଧିତ ଖବର