ବିକାଶ କରୁଥିବା ଲୋକ କଣ ଆତଙ୍କବାଦୀ ହୋଇପାରେ: କେଜ୍ରିୱାଲଙ୍କ ଝିଅ

ନୂଆଦିଲ୍ଲୀ: ଫେବୃୟାରୀ ୮ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ବିଜେପି ଓ ଆପ ମଧ୍ୟରେ ବୟାନବାଜି ଜାରି ରହିଛି | ବିଜେପି ନେତାମାନେ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଥିବାବେଳେ ଏବେ ଏହାକୁ ସାମ୍ନା କରିବାକୁ ଆସିଛନ୍ତି କେଜ୍ରିୱାଲଙ୍କ ଝିଅ ହର୍ଷିତା | ସେ କହିଛନ୍ତି ଯେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସୁବିଧା ଦେଉଥିବା ବ୍ୟକ୍ତି କେବେ ଆତଙ୍କବାଦୀ ହୋଇପାରିବ ନାହିଁ | ତାଙ୍କ ବାପା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ପାଣି, ବିଜୁଳି ସୁବିଧାରେ ଯୋଗାଉଥିବାବେଳେ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ବହୁ ପଦକ୍ଷେପ ନେଇଛନ୍ତି | ତେଣୁ ଲୋକଙ୍କ ବିକାଶ କରୁଥିବା ବ୍ୟକ୍ତି କେବେ ବି ଆତଙ୍କବାଦୀ ହୋଇପାରିବେ ନାହିଁ |

News Nation

ଏଠାରେ ସୂଚନା ଥାଉ କି ପୂର୍ବରୁ ବିଜେପି ନେତା ପ୍ରବେଶ ବର୍ମା ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହିଥିଲେ | କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ କେଜ୍ରିୱାଲ୍‌ ଜଣେ ଆତଙ୍କବାଦୀ ଏବଂ ଏନେଇ ଅନେକ ପ୍ରମାଣ ରହିଛି।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନରେ ବାପାଙ୍କୁ ଜିତାଇବା ପାଇଁ ଏବେ ଝିଅ ହର୍ଷିତା କେଜ୍ରିୱାଲ ଦୂଆର ଦୂଆ‌ର ବୁଲି ପ୍ରଚାର (ଡୋର ଟୁ ଡୋର କ୍ୟାମ୍ପେନ) କରୁଛନ୍ତି |ଆପ ଦଳର ୫ ବର୍ଷର ରିପୋର୍ଟ କାର୍ଡ ଧରି ଏବେ ହର୍ଷିତା ଲୋକଙ୍କ ପାଖକୁ ଯାଇ ବାପାଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି | ହର୍ଷିତା ଆଇଆଇଟି ଦିଲ୍ଲୀରୁ ଇଂଜିନିୟରିଂ ସମାପ୍ତ କରିଥିବାବେଳେ ଗୁଡଗାଓଁରେ ଏକ କମ୍ପାନିରେ ଚାକିରି କରୁଛନ୍ତି | ତେବେ ବର୍ତ୍ତମାନ ଦିଲ୍ଲୀରେ ରାଜନୀତି ପାଣିପାଗ ଚାଲିଥିବାରୁ ନିଜ ଅଫିସରୁ ବାପାଙ୍କ ପାଇଁ ପ୍ରଚାର କରିବାକୁ ୫ ମାସ ଛୁଟି ନେଇ ଆସିଛନ୍ତି |

ସମ୍ବନ୍ଧିତ ଖବର