ଆଫଗାନର ଉପରାଜ୍ୟପାଳ ପାକିସ୍ତାନରେ ଅପହୃତ

ଇସଲାମାବାଦ: ଆଫଗାନିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ କୁନରର ଉପରାଜ୍ୟପାଳ ମହମ୍ମଦ ନବି ଅହମଦିଙ୍କୁ ଶୁକ୍ରବାର ପାକିସ୍ତାନର ପେଶଓ୍ଵାର ନିକଟରେ ଅଜଣା ଅପହରଣକାରୀମାନେ ଉଠେଇନେଇଛନ୍ତି। ଆଫଗାନିସ୍ତାନର ବିଦ୍ରୋହୀ ତାଲିବାନ ଗୋଷ୍ଠୀ ଏହି ଅପହରଣରେ ସଂପୃକ୍ତ ନାହିଁ ବୋଲି କହିଛି। ଅପରପକ୍ଷେ, ଅହମଦିଙ୍କ ପାକିସ୍ତାନ ପରିଭ୍ରମଣ ସମ୍ପର୍କରେ ଆଫଗାନିସ୍ତାନ ଅବଗତ କରାଇନଥିଲା ବୋଲି ପାକିସ୍ତାନ ପୁଲିସ ସଫେଇ ଦେଇଛି।

ଗତ ଶୁକ୍ରବାର ଉପରାଜ୍ୟପାଳ ଅହମଦି ନିଜ ଭାଇ ସହ ଆଫଗାନିସ୍ତାନ ଡେଇଁ ପାକିସ୍ତାନରେ ପ୍ରବେଶ କରିଥିଲେ। ସେମାନେ ପେଶଓ୍ଵାରରେ ଚାଲି ଚାଲି ବୁଲୁଥିବା ବେଳେ ସେମାନଙ୍କ ପାଖରେ ଅତର୍କିତ ଏକ କାର୍‌ ଅଟକିଥିଲା। ଅହମଦି କିଛି ବୁଝିବା ଆଗରୁ ସଶସ୍ତ୍ର ଅପହରଣକାରୀମାନେ ତାଙ୍କୁ କାର ଭିତରକୁ ଝାମ୍ପିନେଇ ପଳାଇଥିଲେ। ଅହମଦିଙ୍କ ଭାଇ ଏ ସମ୍ପର୍କରେ ଜଣାଇବା ପରେ ପୁଲିସ ତନାଘନା ଜାରି ରଖିଛି। କୁନର ରାଜଭବନ ସୂତ୍ରରୁ ଉପରାଜ୍ୟପାଳ ଅହମଦିଙ୍କ ଅପହରଣ ବିଷୟ ସ୍ପଷ୍ଟ କରାଯାଇଛି। ଅପରପକ୍ଷେ, ଅହମଦିଙ୍କ ଗସ୍ତ ସମ୍ପର୍କରେ ଆଫଗାନ ସରକାର ପୂର୍ବରୁ ଜଣାଇଥିଲେ ତାଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଥିାନ୍ତା ବୋଲି ପାକିସ୍ତାନ ପୁଲିସ କହିଛି।

ସମ୍ବନ୍ଧିତ ଖବର