ସ୍କୁଲ ଅଧିକାରୀ ୧୦ଜଣ ଛାତ୍ରୀଙ୍କ ବିରୋଧରେ ସମଲିଙ୍ଗୀ ହେବା ଅଭିଯୋଗ ଆଣିଲେ, ଅଭିଭାବକ କ’ଣ କହିଲେ ଜାଣନ୍ତୁ

କୋଲକାତା: କୋଲକାତାର ଏକ ଘରୋଇ ସ୍କୁଲ ୧୦ଜଣ ଛାତ୍ରୀଙ୍କ ବିରୋଧରେ ସମଲିଙ୍ଗୀ ଅଭିଯୋଗ ଆଣିଛି। ଏହି ଅଭିଯୋଗ ଆସିବା ପରେ ପିଲାଙ୍କ ଅଭିଭାବକ ସ୍କୁଲ ପରିସରରେ ହଙ୍ଗାମା କରିଥିଲେ।

ସୂଚନାଯୋଗ୍ୟ, ଦକ୍ଷିଣ କୋଲକାତାର କମଳା ଗାଲର୍ସ ସ୍କୁଲରେ ଏଭଳି ଘଟଣା ଦେଖା ଦେଇଛି। ଅଭିଭାବକଙ୍କ କହିବାନୁସାରେ, ସ୍କୁଲ ମ୍ୟାନେଜମେଣ୍ଟ ଜୋରଜବରଦସ୍ତି ଛାତ୍ରୀଙ୍କୁ ସମଲିଙ୍ଗୀ ହୋଇଥିବା ସ୍ୱୀକାର କରିବାକୁ କହିଛନ୍ତି।

ତେବେ ସ୍କୁଲ ପରିଚାଳିକାଙ୍କ କହିବାନୁସାରେ, କିଛି ଛାତ୍ରୀ ୧୦ଜଣ ଛାତ୍ରୀ ଲେସ୍‌ବିୟାନ୍‌ ଥିବା ଅଭିଯୋଗ କରିଥିଲେ। ଏହାପରେ ସେହି ଛାତ୍ରୀମାନଙ୍କୁ ଡକାଇ ପଚରାଉଚରା କରାଯାଇଥିଲା। ସେମାନେ ସମଲିଙ୍ଗୀ ବୋଲି ସ୍ୱୀକାର ମଧ୍ୟ କରିଥିଲେ। ଏହା ସମ୍ଭେଦନଶୀଳ ମାମଲା ହୋଇଥିବାରୁ ଛାତ୍ରୀଙ୍କୁ ଏହି କଥା ଲିଖିତ ଆକାରରେ ଦେବାକୁ କୁହାଯାଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ଅଭିଭାବକମାନଙ୍କୁ ଡକାଇ ସେମାନଙ୍କ ପିଲାଙ୍କ ସମ୍ପର୍କରେ କଥା ହୋଇଥିଲୁ। ଆମର ଉଦ୍ଦେଶ୍ୟ କେବଳ ଥିଲା ଅଭିଭାବକ ସେମାନଙ୍କ ପିଲାଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଠିକ୍‌ ରାସ୍ତାରେ ନିଅନ୍ତୁ। କିନ୍ତୁ ଏହି ମାମଲାକୁ ନେଇ ଅଭିଭାବକ ଉତ୍ତେଜିତ ହୋଇପଡ଼ିଥିଲେ ଓ ସ୍କୁଲ ପରିସରରେ ହଙ୍ଗମା ଆରମ୍ଭ କରି ଦେଇଥିଲେ।

ଜଣେ ଅଭିଭାବକଙ୍କ କହିବାନୁସାରେ, ଯଦି ଦୁଇଟି ବ୍ୟକ୍ତି ହାତରେ ହାତ କିମ୍ବା କାନ୍ଧରେ ହାତ ପକାଇ ଚାଲୁଛନ୍ତି ତେବେ ସେମାନେ କ’ଣ ଲେସବିୟାନ୍‌?

ସମ୍ବନ୍ଧିତ ଖବର