ଟ୍ୟାକ୍ସିରୁ ଓହ୍ଲାଉ ଓହ୍ଲାଉ ପାଞ୍ଚ ବର୍ଷର ପୁଅକୁ ଟାଣିନେଲା କଲରାପତ୍ରିଆ ବାଘ

ଗଙ୍ଗୋଲିହାଟ: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲା ଅନ୍ତର୍ଗତ ପୋଖରି ଗାଁ’ର ଜଣକ ଘର ବାହାରେ ଟ୍ୟାକ୍ସିରୁ ଓହ୍ଲାଉଥିବା ଏକ ପରିବାରର ସଦସ୍ୟମାନଙ୍କ ଗହଣରୁ ତାଙ୍କ ପାଞ୍ଚ ବର୍ଷର ପୁଅକୁ ଚଟ୍‌ କରି ଘୋଷାରି ନେଲା ଗୋଟାଏ କଲରାପତ୍ରିଆ ବାଘ। ରବିବାର ସକାଳେ ସେ ପିଲାର ଶବ ନିକଟବର୍ତ୍ତୀ ବଣରୁ ଉଦ୍ଧାର କରାଯାଇଛି।

ଘଟଣାଟି ଘଟିଛି ଶନିବାର ବିଳମ୍ବିତ ରାତିରେ। ଦିଲ୍ଲୀରେ ଏକ ବାହାଘର ଅନୁଷ୍ଠାନରେ ଯୋଗ ଦେଇ ସପରିବାର ପୀଡ଼ିତ କାର୍ତ୍ତିକ ଘରକୁ ଫେରୁଥିଲା। ବାଳକଟି ଘର ଆଡ଼କୁ ଯାଉଥିବା ବେଳେ ବୁଦାଗହଣରେ ପେଟେଇ ଥିବା କଲରାପତ୍ରିଆ ତା’ଉପରକୁ ଲମ୍ଫ ଦେଇଥିଲା।

ବାଳକର ଦାଦି ମହେଶ ଯୋଶୀ କହନ୍ତି: ଆମକୁ ଦାରୁଣ ଆଘତ ଲାଗିଛି। ଶନିବାର ଦିନ ଆମେ ଟ୍ୟାକ୍‌ସିରୁ ଓହ୍ଲାଉ ଓହ୍ଲାଉ କାର୍ତ୍ତିକ ଘର ଆଡ଼କୁ ଧାଇଁ ଗଲା। କଲରାପତ୍ରିଆ ବାଘ ତାକୁ ଟାଣି ନେଇ ପାଖରେ ଥିବା ବଣ ଭିତରକୁ ଚାଲିଗଲା।

ସ୍ଥାନୀୟ ଅଧିବାସୀ ଏବଂ ବନ ବିଭାଗ ବିଳମ୍ବିତ ରାତ୍ରୀରେ ଉଦ୍ଧାର ଅଭିଯାନ ଚଳାଇଥିଲେ ମଧ୍ୟ ସେ କଲାପତ୍ରିଆକୁ ଧରିବା ନିମନ୍ତେ ସମର୍ଥ ହୋଇ ନ ଥିଲେ।

ଗଙ୍ଗୋଲିଘାଟ ଫରେଷ୍ଟ୍‍ ରେଞ୍ଜର୍‌ ମନୋଜ ସନ୍‌ଓ୍ଵାଲ୍‌ କହନ୍ତି: ପରିବାରକୁ କ୍ଷତି ପୂରଣ ବାବଦରେ ୪ ଲକ୍ଷ ଟଙ୍କା ମିଳିବ। ସହସା ଖର୍ଚ୍ଚ ତୁଲାଇବାକୁ ସେମାନଙ୍କୁ ୫୦ ହଜାର ଟଙ୍କା ମିଳିଛି।

ସେ କଲାପତ୍ରିଆକୁ ନରଖାଦକ ଘୋଷଣା କରାଯାଉ ବୋଲି ସମ୍ପ୍ରତି ସ୍ଥାନୀୟ ଅଧିବାସୀମାନେ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର