ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ: ନିର୍ବାଚନ ପ୍ରଚାର ବେଳେ ବ୍ୟବହାର କର ନାହିଁ ସୈନିକଙ୍କ ଫଟୋ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ରାଜନୈତିକ ଦଳମାନଙ୍କୁ ଶନିବାର ପରାମର୍ଶ ଦେଇଛନ୍ତି ଯେ, ସେମାନେ ପ୍ରଚାର ସମୟରେ ସୈନିକଙ୍କ ଫଟୋ ବ୍ୟବହାର ନ କରନ୍ତୁ।

ନିର୍ବାଚନ ଆୟୋଗ ଖୁବ କମ୍‌ ଦିନ ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ଏପ୍ରିଲ ଏବଂ ମେ’ ମାସ ମଧ୍ୟରେ ୭-୮ ପର୍ଯ୍ୟାୟରେ ନିର୍ବାଚନ କରାଯିବାର ଆଶା ଦେଖାଯାଉଛି। ନିର୍ବାଚନ ଆୟୋଗ ଶନିବାର ୩ ଘଣ୍ଟା ମାରାଥନ ବୈଠକ କରିଛି। ଆଗାମୀ ୨-୩ ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବାର ଆଶା କରାଯାଉଛି। ଏହି ଘୋଷଣା ବିଜ୍ଞାନ ଭବନରେ ହେବ।

ଆୟୋଗଙ୍କ ରେକର୍ଡ ଅନୁସାରେ ୨୦୦୪ ଲୋକସଭା ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଥିଲା। ଏଭଳି କ୍ଷେତ୍ରରେ ଏଥର ବି ଆଶା କରାଯାଇ ପାରିବ। ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ। ବର୍ତ୍ତମାନ ଲୋକସଭା କାର୍ଯ୍ୟକାଳ ଜୁନ ୩ରେ ଶେଷ ହେବ। ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ।

ସମ୍ବନ୍ଧିତ ଖବର