ହନିମୁନ୍‌ ପାଇଁ ଅଢ଼େଇ ଲକ୍ଷ ଟଙ୍କାରେ ନୀଳଗିରି ଟ୍ରେନ୍‌ ଭଡ଼ାରେ ନେଲେ ବ୍ରିଟେନ୍‌ ଦମ୍ପତି

ଉଧାଗମଣ୍ଡଳମ: ଶୁକ୍ରବାର ଦିନ ଦକ୍ଷିଣ ରେଳବାଇର ସାଲେମ୍‌ ଡିଭିଜନ୍‌ ନୀଳଗିରି ମାଉଣ୍ଟେନ୍‌ ରେଲ୍‌େଓ୍ଵରେ ଚାର୍ଟର୍‌ ସର୍ଭିର ପୁନଃପ୍ରଚଳନ କରିଛି। ଏଥିରେ ପ୍ରଥମ ଯାତ୍ରୀ ସାଜିଛନ୍ତି ହିନିମୁନ୍‌ କରୁଥିବା ବ୍ରିଟେନ୍‌ ଦମ୍ପତି ଗ୍ରାହମ୍‌ ଓ୍ଵିଲିୟମ୍‌ ଲିନ୍‌ ଏବଂ ସିଲ୍‌ଓ୍ଵିଆ ପ୍ଲାଜିକ୍‌। ତାମିଲନାଡୁରେ ଅବସ୍ଥିତ ନୀଳଗିରି ମାଉଣ୍ଟେନ୍‌ ରେଲ୍‌େଓ୍ଵ ହେଉଛି ୟୁନେସ୍କୋ ହେରିଟେଜ୍‌ ସାଇଟ୍‌।

ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌ ଜରିଆରେ ଏହି ଦମ୍ପତି ଟ୍ରେନ୍‌ଟିକୁ ସମ୍ପୂର୍ଣ୍ଣ ରୂପେ ଭଡ଼ାରେ ନେଇଥିଲେ। ମେଟ୍ଟୁପାଲୟମ୍‌ ରୁ ଉଟି, ୪୮ କିଲୋମିଟର୍‌ ଓ୍ଵାନ୍‌-େଓ୍ଵ ସ୍ପେସାଲ୍‌ ଚାର୍ଟର୍‌ ଟ୍ରେନ୍‌ ଟ୍ରିପ୍‌ ନିମନ୍ତେ ବ୍ରଟେନ୍‌ ଦମ୍ପତି ଖର୍ଚ୍ଚ କରିଛନ୍ତି ୨. ୫ ଲକ୍ଷ ଟଙ୍କା।

୧୪୩ଟି ସିଟ୍‌ ଥିବା ତିନିଟି କୋଚ୍‌ବିଶିଷ୍ଟ ଟ୍ରେନ୍‌ରେ ସେମାନେ ଏକା ଏକା ନୀଳ ପର୍ବତର ଶାନ୍ତ ବାତାବରଣ ଉପଭୋଗ କରି କରି ଯାତ୍ରା କରିଥିଲେ। ୧୩ଟି ସୁଡ଼ଙ୍ଗ ଓ ଅରଣ୍ୟ ଦେଇ ଟ୍ରେନ୍‌ଟି ପର୍ବତରେ ଘୁଡୁଘୁଡୁ ହୋଇ ଚାଲିଥିଲା। ୪୮ କିଲୋମିଟର ଯାତ୍ରା କରିବାକୁ ଲାଗିଥିଲା ୫ ଘଣ୍ଟା।

ସ୍ୱତନ୍ତ୍ର ଚାର୍ଟର୍‌ ଟ୍ରେନ୍‌ଟି ସକାଳ ୯ଟା ୧୦ ମିନିଟ୍‌ ସମୟରେ ମେଟ୍ଟୁପାଲୟମ୍‌ ଷ୍ଟେସନ୍‌ ଛାଡ଼ି ଅପରାହ୍ଣ ୨ଟା ୨୦ ମିନିଟ୍‌ରେ ଉଟିରେ ପହଞ୍ଚିଥିଲା।

ଟ୍ରେନ୍‌ଟିକୁ ମେଟ୍ଟୁପାଲୟମ୍‌ରୁ କୂନୂର ଯାଏଁ ଟାଣିଥିଲା ଗୋଟିଏ କୋଇଲା ଇଞ୍ଜିନ୍‌, ସେଠାରୁ ଉଟିଯାଏ ଟାଣିଥିଲା ଏକ ଡିଜେଲ୍‌ ଇଞ୍ଜିନ୍‌।
ଦମ୍ପତିଙ୍କୁ କୂନୂର ଓ ଉଟି ରେଳ ଷ୍ଟେସନ୍‌ରେ ସ୍ୱାଗତ କରାଯାଇଥିଲା।

ସମ୍ବନ୍ଧିତ ଖବର