ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳଙ୍କ ସୁପାରିଶ, ସୁପ୍ରିମକୋର୍ଟ ଗଲା ଶିବସେନା

ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ସୁପାରିଶ କରିଥବା କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । କେନ୍ଦ୍ର କ୍ୟାବିନେଟ୍‌ ରାଜ୍ୟପାଳଙ୍କ ସୁପାରିଶକୁ ଗ୍ରହଣ କରି ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଇଥିବା ସୂଚନା ହସ୍ତଗତ ହୋଇଛି ।
ତେବେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଶିବସେନା । ଏ ସଂପର୍କରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ସିବ୍ଦଲଙ୍କ ସହ କଥାବାର୍ତ୍ତା କରିବା ପରେ ସୁପ୍ରିମକୋର୍ଟରେ ଆବେଦନ କରିଛି । ସରକାର ଗଠନ ପାଇଁ ଯଥେଷ୍ଟ ସମୟ ଦିଆଯାଇନଥିବା ଶିବସେନା ଅଭିଯୋଗ କରିଛି ।

ଗତକାଲି ଧାର୍ଯ୍ୟ ସମୟ ସୁଦ୍ଧା ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ କରିବାରେ ବିଫଳ ହେବାରୁ ରାଜ୍ୟପାଳ ୩ୟ ସର୍ବବୃହତ ଦଳ ଏନସିପିକୁ ଆମନ୍ତ୍ରଣ କରିଥିଲେ । ଏନସିପିକୁ ଆଜି ରାତି ୮ଟା ୩୦ ମିନିଟ ସୁଦ୍ଧା ସମୟ ଦିଆଯାଇଥିଲା । କିନ୍ତୁ ସମୟସୀମା ସମାପ୍ତ ହେବା ପୂର୍ବରୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ।
ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହେଲେ ଏନସିପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ କଂଗ୍ରେସ ସଂକେତ ଦେଇଛି ।

ସମ୍ବନ୍ଧିତ ଖବର